Wednesday, July 22, 2026
Home ଆଞ୍ଚଳିକ ଗୋଶାଳା ପକ୍ଷରୁ ପ୍ରାଣୀ ଚିକିତ୍ସା ଶିବିର

ଗୋଶାଳା ପକ୍ଷରୁ ପ୍ରାଣୀ ଚିକିତ୍ସା ଶିବିର

10

ଜଟଣୀ,୨୫/୧୦(ଜିଲ୍ଲା ଖବର) : ଜଟଣୀର ଶ୍ରୀମାଧବ ଗୋଶାଳା ପକ୍ଷରୁ ଶନିବାର ଅସ୍ଥାୟୀ ପ୍ରାଣୀ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ସବ୍‌ଡିଭିଜନାଲ ଭେଟନାରୀ ଅଫିସର ଡା.ଶଶିଭୂଷଣ ସ୍ୱାଇଁ, ବିଭିଓ ଡା:ଶରତ ମିଶ୍ର, ଭିଏସ୍ ଡା. ଏସ୍‌କେ ନନ୍ଦଙ୍କ ସହିତ ଜଟଣୀ ପ୍ରାଣୀଧନ ଚିକିତ୍ସାକେନ୍ଦ୍ରର ସମସ୍ତ ଅଧିକାରୀମାନେ ଯୋଗଦେଇଥିଲେ । ଏହି ଅବସରରେ ୫୦ରୁ ଊର୍ବ ଗାଈଗୋରୁଙ୍କ ଚିକିତ୍ସା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ମାଧବ ଗୋଶାଳା ସଂଗଠନର ସଭାପତି ମନୋଜ ଭୁୟୀ, ସମ୍ପାଦକ ପ୍ରଦୀପ କୁମାର ସ୍ବାଇଁଙ୍କ ସମେତ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।

ରିପୋର୍ଟ ସଞ୍ଜୀବ କୁମାର ।