
ବାଲିଗୁଡା,୨୪/୧୦(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ପୁରୁଣା ସାହିରେ ଏକ ମାସ ହେବ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ଦଶ ହଜାର ଲିଟର ବିଶିଷ୍ଟ ସୌର ଚାଳିତ ହ୍ୟାଣ୍ଡ ପମ୍ପ କାମ ଚାଲିଥିଲା । ଗତକାଲି କାମ ସମ୍ପୂର୍ଣ୍ଣ ହେବାପରେ ଆଜି ଟାଙ୍କିରେ ପାଣି ଭର୍ତ୍ତି କରାଯାଇଥିଲା । ହେଲେ କିଛି ସମୟ ମଧ୍ୟରେ ପ୍ରକଳ୍ପଟି ଭୁଶୁଡ଼ି ପଡ଼ିବା ସହ ପାଣିଟାଙ୍କି ଭାଙ୍ଗି ଚୁରମାର୍ ହୋଇଯାଇଥିବା ଦେଖିବାକୁ ମିଳିଛି । ପାଖରେ ଥିବା ତିନିଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓ କିଛି ବତକ ଛୁଆ ଚାପିହୋଇ ମରିଯାଇଛନ୍ତି । ନୂତନ ଭାବେ ନିର୍ମାଣ ହୋଇଥିବା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପୂର୍ବରୁ କିଭଳି ଭୁଶୁଡ଼ି ପଡ଼ିଲା ତାହା ଏବେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅତି ନିମ୍ନମାନର କାମହୋଇଥିବା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



