ବେଗୁନିଆପଡ଼ା,୨୪/୧୦(ଜିଲ୍ଲା ଖବର) : କୋଭିଡ୍ କଟକଣା ମଧ୍ୟରେ ଆଜି ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ମା ଦୁର୍ଗାଙ୍କ ନବମୀ ପୂଜା। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସ୍ଥିତ ଚିଙ୍ଗୁଡିଖୋଲ ଗ୍ରାମ ଠାରେ ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମା ଙ୍କ ପୂଜା ହେଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ ପ୍ରଶାସନର ଗାଇଡ୍ ଲାଇନ୍ ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପୂଜାର ନୀତିକାନ୍ତିଠାରୁ ଆରମ୍ଭ କରି ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ସବୁକିଛି ନିରାଡ଼ମ୍ବର ହେବ ବୋଲି ପୂଜାକମିଟି ପକ୍ଷରୁ ସୂଚନା ମିଳିଛି।
ଚଳିତବର୍ଷ କୋଭିଡ -୧୯ ନିୟମ ଅନୁଯାୟୀ ଦୁର୍ଗାପୂଜା ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ୪ ଫୁଟ୍ର ମୃଣ୍ମୟ ମୂର୍ତ୍ତି ନିର୍ମାଣ ହୋଇଛି । ମଣ୍ଡପର ତିନି ପଟୁ ବନ୍ଦ କରାଯାଇ ପୂଜା କରାଯାଉଛି।
ପୂଜା କମିଟି ଦାୟିତ୍ତୂ ରେ ଥିବା ଫକିର ମୋହନ ରାଉତଙ୍କ ଦ୍ବାରା ପ୍ବଜାକାର୍ଯ୍ୟ ପରିଚ।ଳିତ ହୋଇଛି।ଏଥିରେ ପ୍ବଜା କମିଟିର ସମସ୍ତ ମେମ୍ବର ଉପସ୍ଥିତଥିଲେ।






