
ବାଲିଗୁଡ଼ା,୨୪/୧୦(ଜିଲ୍ଲା ଖବର) : କନ୍ଧମାଳର ଜିଲ୍ଲା ରେ ଗତକାଲି ବିଳମ୍ବିତ ରାତିରେ ସୁଡୁରୁକୁମ୍ପl ର ମାଲିକ୍ ପଡ଼l ଗ୍ରାମରୁ ଗୋଟଏ ଅଟୋ ସାହାଯ୍ୟରେ କଲରାପତ୍ରିଆ ବାଘ ଛାଲ ଚୋରା ଚାଲାଣ ହଉଥିବା ବେଳେ ଫୁଲବାଣୀ ବନ ଖଣ୍ଡ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ସେହି ଅଟୋକୁ ଜବତ କରିଥିଲେ l ସେହି ଅଟୋରୁ ଗୋଟଏ କଲରାପତ୍ରିଆ ବାଘ ଛାଲ ମିଳିଥିଲା l ଏହାକୁ ଆଧାର କରି ଫୁଲବାଣୀ ବନ ଖଣ୍ଡ ଅଧିକାରୀ ଏକ ମାମଲା ରୁଜୁ କରି ଅଟୋ ସହ ଅଟୋ ଚାଳକ ଅର୍ଜୁନ ଗଣ୍ଡା କୁ ଗିରଫ କରିଛି l ଵର୍ତମାନ ସୁଦ୍ଧା ତଦନ୍ତ ଚାଲିଛି ଏହି ଚୋରାଚାଲାଣ ବାହାର ରାଜ୍ୟକୁ ଲିଙ୍କ୍ ଥିବା କହିଛନ୍ତି ଫୁଲବାଣୀ ବନଖଣ୍ଡ ଅଧିକାରୀସଚିଦା ନନ୍ଦ ସେଠି ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ


