Home ଆଞ୍ଚଳିକ ଆଡମିଷ୍ଟ୍ରେଟଙ୍କ ଦ୍ବାରା ଜମି ଅଧୁକାର ପ୍ରମାଣପତ୍ର ବଣ୍ଟନ

ଆଡମିଷ୍ଟ୍ରେଟଙ୍କ ଦ୍ବାରା ଜମି ଅଧୁକାର ପ୍ରମାଣପତ୍ର ବଣ୍ଟନ

18

ଜଟଣୀ,୨୪/୧୦(ଜିଲ୍ଲା ଖବର) : ରାଜ୍ୟ ସରକାରଙ୍କ ତରଫରୁ ଗରିବ, ଭୂମିହୀନ ବସ୍ତିବାସିନ୍ଦାମାନଙ୍କୁ ନିଜସ ଗୃହ ନିର୍ମାଣ କରିବା ପାଇଁ ଭୂମି ଯୋଗାଇ ଦିଆଯିବା ସହ ଗୃହ ନିର୍ମାଣ ପାଇଁ ସହଯୋଗ କରାଯାଉଛି । ଜଟଣୀ ମ୍ୟୁନିସିପାଲିଟି ରେ ପ୍ରକୃତ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ବିଭିନ୍ନ ପର୍ଯ୍ୟାୟକ୍ରମେ ଜମି ଅଧିକାର ପ୍ରମାଣପତ୍ର ବଣ୍ଟନ । ଏଥିରେ ଶତାଧିକ ଲୋକେ ଉପକୃତ ହେଉଛନ୍ତି । ସବ କଲେକ୍ଟର ଭୁବନେଶ୍ବର ତଥା ମ୍ୟୁନିସିପାଲିଟିର ଆଡ଼ମିନଷ୍ଟ୍ରଟରଙ୍କ ଉପସ୍ଥିତିରେ ମ୍ୟୁନିସିପାଲିଟିର ସଭା ଗୃହରେ ବହୁ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ । ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲିଟିର ଇଓ, ଏଇ, ସିଓଏସଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସମସ୍ତେ କୋଭିଡ଼ ନିୟମ ପାଳନ କରିଥିଲେ ।

ରିପୋର୍ଟ ସଞ୍ଜୀବ କୁମାର ।