Wednesday, July 29, 2026
Home ଆଞ୍ଚଳିକ ଜମିକୁ ନେଇ ତୁମୁଳ କାଣ୍ଡ ଯୁବକଙ୍କୁ ନିସ୍ତୁକ ମାଡ଼ମାରି ଅପହରଣ

ଜମିକୁ ନେଇ ତୁମୁଳ କାଣ୍ଡ ଯୁବକଙ୍କୁ ନିସ୍ତୁକ ମାଡ଼ମାରି ଅପହରଣ

14

ଜଟଣୀ, ୨୩/୧୦ (ଜିଲ୍ଲା ଖବର) : ଏଏନ୍ଏସ୍: ଜମି ପୁଟିଛି କେନ୍ଦ୍ରକରି ଜଟଣୀ ଥାନା କୁଦିଆରୀ ଅଞ୍ଚଳରେ ତୁମୁଳ କାଣ୍ଡ ଘଟିଯାଇଛି । ଜଣେ ଯୁବକଙ୍କୁ ୭୮ ଜଣ ଅସାମାଜିକ ଯୁବକ ମରଣାନ୍ତକ ଆକ୍ରମଣ ପରେ ଅପହରଣ କରି ନେଇଥିଲେ। ତେବେ ପୁଲିସ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ ଗିରଫ କରି ସେମାନଙ୍କଠାରୁ ମାରଣାସ୍ତ୍ର ଜବତ
କରିଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ସରେଜିଷ୍ଟର କାର୍ଯ୍ୟାଳୟ ସମ୍ମୁଖରେ ଘଟିଥିଲା । ସୂଚନା ଅନୁସାରେ ଜଟଣୀ କୁଦିଆରୀ ଅଞ୍ଚଳର ତପନ କୁମାର ପଟ୍ଟନାୟକ ଲୋକୋ କଲୋନୀ ଅଞ୍ଚଳରେ ଜମି ପୁକରି ବିକ୍ରି କରୁଥିଲେ। ତେବେ ଜଟଣୀ ଥାନା ଅନ୍ତର୍ଗତ ରାଜାବଜାର ଅଞ୍ଚଳର ସେକ୍‌ ସର୍ଜାମ ଓ ନିଜା ଓରଫ୍ ନିଜାମୁଦ୍ଦିନ ଖାନ୍
ତାଙ୍କୁ ଜମି ପୁଟି ଛାଡ଼ିଦେବାକୁ କହିଥିଲେ । ଏଥିରେ ତପନ ରାଜି ନହେବାରୁ ସେମାନଙ୍କ ମଧ୍ୟରେ ବଚସାରୁ ମାରପିଟ ହୋଇଥିଲା । ପରେ ସ୍ଥାନୀୟ ସରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ପୁଣି ବଚସା ହେବା ସହିତ ସର୍ଜାମ ଏବଂ ନିଜାମୁଦ୍ଦିନ ବନ୍ଧୁକ ଦେଖାଇ ତପନଙ୍କୁ ସୁନାଚେନ୍ ଓ ବ୍ରୁସଲେଟ୍ ନେଇଯିବା ସହ ତାଙ୍କୁ ଅପହରଣ କରି ନେଇଯାଇଥିଲେ। ଏ ସମ୍ପର୍କରେ ତପନଙ୍କ ଭାଇ ଜଟଣୀ ଥାନାରେ ଅଭିଯୋଗ କରିବା ପରେ -ପୁଲିସ ତପନଙ୍କୁ ଏକ ଅଜଣା ସ୍ଥାନରୁ ଉଦ୍ଧାର କରିବା ସହ ରାଜାବଜାର ଅଞ୍ଚଳର ଶେଖ୍ ନିଜାମୁଦ୍ଦିନ୍ ଓ ସେକ୍ ସଦ୍ଦାମଙ୍କୁ ଗିରଫ କରି ସେମାନଙ୍କଠାରୁ ଖଣ୍ଡା, ଠେଙ୍ଗା ଓ ଗୋଟିଏ ପସର୍ ବାଇକ୍ ଜବତ କରି କୋର୍ଟ ଚାଲାଣ କରିଛି । ଅନ୍ୟ ପକ୍ଷରେ ରାଜାବଜାର ଅଞ୍ଚଳର ଏହି ଦୁଇ ଅପରାଧୀଙ୍କ ନାମରେ ଜଟଣୀ ଥାନାରେ ପୂର୍ବରୁ ୧୧ଟି ଲେଖାଁଏ ରହିଛି ବୋଲି ପୁଲିସ କହିଛି । ଏହି ଅପହରଣ ଏବଂ ଦାଦାଗିରୀ ଘଟଣାରେ ଆହୁରି ଅନେକ ସଂପୃକ୍ତ ଥିବା ପୁଲିସ ସନ୍ଦେହ ପ୍ରକଟ କରୁଛି ।
ରିପୋର୍ଟ ସଞ୍ଜୀବ କୁମାର ।