Home ଆଞ୍ଚଳିକ ଜାଭିୟରରେ ବ୍ୟବସାୟିକ ସମାରୋହ କ୍ଷିତିଜ-୨୦

ଜାଭିୟରରେ ବ୍ୟବସାୟିକ ସମାରୋହ କ୍ଷିତିଜ-୨୦

16

ଜଟଣୀ,୨୪/୧୦(ଜିଲ୍ଲା ଖବର) : ସ୍ଥାନୀୟ ନିଜିଗଡ଼ କୁରଟୀଠାରେ ଥିବା ଜାଭିୟର ୟୁନିଭର୍ସିଟିରେ ବ୍ୟବସାୟିକ ସମାରୋହ କ୍ଷତିଜ ୨୦ବାର୍ଷିକୋତ୍ସବ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଏହି ବାର୍ଷିକ କାର୍ଯ୍ୟକ୍ରମ ଅନ୍‌ଲାଇନ୍‌ ମାଧ୍ୟମରେ ଆୟୋଜିତ ହୋଇଥିଲା । କ୍ଷିତିଜ-୨୦ର ମୂଳ ବିଶେଷତ୍ଵ ଥିଲା ‘ପିପୁଲ୍ ପ୍ରେସେସ୍ ଆଣ୍ଡ ପ୍ରାକ୍ଟିସର ଆନ୍ ଏଆର୍ ଆଣ୍ଡ ଆଇଆର୍ ଭେଜ୍’ । ଏହି କାର୍ଯ୍ୟକ୍ରମରେ ଶିଳ୍ପ ପ୍ରତିଷ୍ଠାନର ପ୍ରମୁଖ ଏବଂ ବିଶ୍ବବିଦ୍ୟାଳୟର ଫାକଲି ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଜାଭିୟର ବିଶ୍ବବିଦ୍ୟାଳୟର ଡିନ୍ ଡଃ ଆଣ୍ଠୁ ଦତ୍ତ, ଫାଦର ଇଏ ଅଗଷ୍ଟିନ୍ ଏବଂ ରେଜିଷ୍ଟାର ଏସ.ଜେ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଅତିଥିମାନେ କହିଥିଲେ ଯେ, ଉକୃଷ୍ଟ ପରିଚାଳନାରେ କାମ କରୁଥିବା ଲୋକମାନଙ୍କର ନିରାପତ୍ତା ଆବଶ୍ୟକ । ଅତିଥ ଇନ୍ଦ୍ରଜିତ ସେନଗୁପ୍ତା କହିଥିଲେ ଯେ କୌଣସି କର୍ମୀ କିମ୍ବା କର୍ମକର୍ତ୍ତାଙ୍କ ଠାରୁ ବଦଳିବାର ଆଶା କରିବା ଠିକ୍ ନୁହେଁ । ସେହିପରି ହଠାତ୍ ନୂଆ ନୂଆ ଜ୍ଞାନକୌଶଳ ଆପଣେଇପାରିବା ଉଚିତ୍ ମଧ୍ୟ ହେବନାହିଁ । ଅନ୍ୟତମ ଅତିଥି ଉଦୟ ତୁଲପୁରକର କହିଥିଲେ, ଦିନକୁ ଦିନ ବଜାର ବଦଳୁଛି, ସେଥି ପାଇଁ କମ୍ପାନୀମାନେ ଦକ୍ଷ ଯୁବଗୋଷ୍ଠୀଙ୍କୁ ନିୟୋଜିତ କରିବା ଆବଶ୍ୟକ । ସେମାନଙ୍କୁ ନିଜର ପ୍ରତିଷ୍ଠାନ ସମ୍ବନ୍ଧରେ ଶିକ୍ଷା ଏବଂ ପ୍ରେରଣା ଦେବା ଆବଶ୍ୟକ ବୋଲି କହିଥିଲେ । ଏହି କ୍ରମରେ ଦିତୀୟ ପର୍ଯ୍ୟାୟ ଆଲୋଚନାରେ ଆସିଷ୍ଟାଣ୍ଟ ପ୍ରଫେସର ଡଃ ଏକେ ଜେନା, ଭାରତ ଫର୍ଜ ଲିମିଟେଡ୍‌ର ଏଆର୍ ତଥା ଉପସଭାପତି ଡଃ ଅଭିଜିତ ସାହା, ରବି ଶେଷାତ୍ରୀ, ହେଳ୍ପ ବିଲ୍ ଲିଭର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ଏଏସ୍ ଆୟର, ଉଦୟ ତୁଲପୁରକର, ପ୍ରଫେସର ସାଧନା ଦାସ, ଗୌତମ ଚନ୍ଦିନୀ, ଇନ୍ଦ୍ରଜିତ ସେନଗୁପ୍ତା ଓ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ ।
ରିପୋର୍ଟ ସଞ୍ଜୀବ କୁମାର ।