
ବ୍ରହ୍ମପୁର,୨୪/୧୦(ଜିଲ୍ଲା ଖବର) : ଦୁର୍ଗା ପୂଜା ଅବସର ରେ ଗଞ୍ଜାମ ଜିଲ୍ଲା ରେ ସାମାଜିକ ଦୂରତ୍ୱ ସହ କରନା କଟକଣା କୁ ଠିକ ଭାବେ ଲାଗୁ ପାଇଁ ଭାରତୀୟଜନତା ପାର୍ଟି ର ରାଜ୍ୟ ଉପସଭାପତି ତଥା ବ୍ରହ୍ମପୁର ସାଂସଦ ପାର୍ଥି ଶ୍ରୀ ଭୃଗୁ ବକ୍ସିପାତ୍ର ଜିଲ୍ଲା ପ୍ରଶାସନ ର ଦୃଷ୍ଟି କୁ ଆଣିବା ପାଇଁ ଟୁଇଟ କରିଛନ୍ତି ଏହା ସହ ଖବରକାଗଜ ର ଏକ ପୃଷ୍ଠା ସେୟାର କରିଛନ୍ତି।ସେ ନିଜ ଟୁଇଟ ରେ ଜଣାଇଛନ୍ତି ଯେ
” ଲୋକମାନେ କୋଭିଡ ଗାଇଡଲାଇନ ନ ମାନି ଘୁରି ବୁଲୁଛନ୍ତି | କୋଭିଡ ପାଣ୍ଡେମିକ୍ ଠାରୁ କୌଣସି ଶିକ୍ଷା ପାଇନାହାନ୍ତି | ଏହି ପାର୍ବଣ ଋତୁ ରେ ଭିଡ଼ର ଅଧିକ କଠୋର ମନିଟରିଂ ଆବଶ୍ୟକ| ଆଶା କରୁଛି ଗଞ୍ଜାମଜିଲ୍ଲା ପ୍ରଶାସନ ଏହି ବିଷୟକୁ ହାଲୁକା ଭାବେ ଗ୍ରହଣ କରିବେ ନାହିଁ |”



