
ଜଗନ୍ନାଥ ପ୍ରସାଦ,୨୩/୧୦(ଜିଲ୍ଲା ଖବର) : ମାନ୍ୟବର ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଯୁକ୍ତ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ବ୍ଲକ ଓ ଏନ୍ଏସି ବିଭିନ୍ନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଛନ୍ତି ।୩୨୧ ଜଣଙ୍କୁ ବିଧବା,ବାର୍ଦ୍ଧକ୍ୟ,ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଛନ୍ତି।କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଆଜି ଭଞ୍ଜନଗର ବ୍ଲକ୍ର ବାଇବାଲି, ଦଦରାଲୁଣ୍ଡା,ଗୁଣ୍ଡରିବାଡି, ମୁଜାଗଡ,ଲାଲସିଂ ଢିହପଢାଳ ଗ୍ରାମର ୧୯୫ ଜଣ ହିତାଧୁକାରୀଙ୍କୁ ୮ ମାସର ଭତ୍ତା ସହ କୋଭିଡ ସହାୟତା ରାଶି ପ୍ରଦାନ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଜନ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନର ପରିଶ୍ରମ ଯୋଗୁ କରୋନା ସଂକ୍ରମଣ ଗଞ୍ଜାମ ଜିଲ୍ଲାରେ ନିୟନ୍ତ୍ରଣାଧିନ ହୋଇପାରିଛି ବୋଲି କହିଥିଲେ । ସଂକ୍ରମଣ ହାର କମିଥିଲେ ମଧ୍ୟ କରୋନା ଭୟ ଦୂରରେ ଯାଇନଥିବାରୁ ଜନସାଧାରଣ କୋଭିଡ ନିୟମ ପାଳନ କରିବା ପାଇଁ ସେ ନିବେଦନ କରିଥିଲେ । କରୋନା ପାଇଁ ଅସହାୟ ଗରୀବ ଲୋକ ମାନଙ୍କ ସୁବିଧା ପାଇଁ ଆଗୁଆ ଭତ୍ତା ପ୍ରଦାନ କରିବା ସହ ସରକାରୀ ଚାଉଳ ସରକାର ମାଗଣା ଯୋଗାଇ ଥିଲେ।
ରିପୋର୍ଟ-ନିରାକାର ସାହୁ ।


