Wednesday, October 14, 2026
Home ଆଞ୍ଚଳିକ ମା ପାଟ୍ଟଖଣ୍ଡା ମୂର୍ତ୍ତି ପୂଜା ସମିତି ବାଲିଗୁଡା ଠାରେ ଦୁର୍ଗାପୂଜା ପାଳିତ

ମା ପାଟ୍ଟଖଣ୍ଡା ମୂର୍ତ୍ତି ପୂଜା ସମିତି ବାଲିଗୁଡା ଠାରେ ଦୁର୍ଗାପୂଜା ପାଳିତ

125

ବାଲିଗୁଡ଼ା,୨୩/୧୦(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡା ର ଅଧିଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡା ଙ୍କ ପୀଠରେ ଦୁର୍ଗାପୂଜା କୋଭିଡ ନିୟମ କୁ ଆଖି ଆଗରେ ରଖୀ ପାଳିତ ହୋଇଛି | ଜନସାଧାରଣ ଏହାର ପ୍ରବେଶ ପଥଦେଇ ଭିତରକୁ ଯାଇ ଗହଳି ନ କରିବା ପାଇଁ ପରାମର୍ଶ ଦିଆଯାଇଛି | ଆଜି ମୂର୍ତ୍ତି ପାଖରେ ସପ୍ତମୀ ଏବଂ ପୀଠରେ ଅଷ୍ଟମୀ ପୂଜା ଲାଗିରହିଛି ଓ ବିନା ଜନ ସମାଗମରେ କେବଳ ମୂର୍ତ୍ତି ପୂଜା ସୀମିତ ରହିଛି | ଏଥିରେ କର୍ମକର୍ତା ରୂପେ ସଭାପତି ଲୋକନାଥ ପାଢ଼ୀ,ଉପସଭାପତି ଇନ୍ଦ୍ରମଣି ପାତ୍ର, ସମ୍ପାଦକ ଟି. ଶ୍ରୀନିଵାସ ରାଓ, ସହସଂପାଦକ ଜିତୁ ସାବତ, କୁନୁ ପାଢ଼ୀ, ସିଟୁ ଦୋରା, ସୀତାରାମ ଦାଶ ପ୍ରଭୁତି ସଭ୍ୟ ଉପସ୍ଥିତ ଥିଲେ |

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।