Monday, November 16, 2026
Home ଆଞ୍ଚଳିକ ଅସହ୍ୟ ଯନ୍ତ୍ରଣାରେ ଛଟପଟ ଅଜିତ ,ଦୁଇଟି କିଡ଼ନୀ ଖରାପ ଆର୍ଥିକ ଅନାଟନ ମଧ୍ୟରେ ପରିବାର ଲୋକ

ଅସହ୍ୟ ଯନ୍ତ୍ରଣାରେ ଛଟପଟ ଅଜିତ ,ଦୁଇଟି କିଡ଼ନୀ ଖରାପ ଆର୍ଥିକ ଅନାଟନ ମଧ୍ୟରେ ପରିବାର ଲୋକ

47

କବିସୂର୍ଯ୍ୟନଗର,୨୩/୧୦(ଜିଲ୍ଲା ଖବର) : ଅଜିତ ମହାରଣା,ବୟସ 26ବର୍ଷ,ବାପା ରମେଶ ମହାରଣା,କବିସୂର୍ଯ୍ୟନଗର ଗୁଡ଼ିଆଳି ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିଆଳି ଛକ ଚାରି ନମ୍ବର ୱାର୍ଡର ବାସିନ୍ଦା | ସୂଚନା ପ୍ରକାରେ ଜାନୁଆରୀ ମାସରୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ବ୍ରହ୍ମପୁର ମେଡିକାଲ ଯାଇଥିଲେ ଅଜିତ | ମେଡିକାଲ ରିପୋର୍ଟ ଆସିବା ପରେ ଅଜିତ ଜାଣିବାକୁ ପାଇଲେ ଯେ ତାଙ୍କର ଦୁଇଟି ଯାକ କିଡ଼ନୀ ନଷ୍ଟ ହୋଇଯାଇଛି | ଏହା ଶୁଣି ବାପା ରମେଶ ମହାରଣା ଓ ଅଜିତଙ୍କ ମାଙ୍କ ଉପରେ ଅଦୃଶ୍ୟ ବଜ୍ରାଘାତ ହୋଇଥିଲା | ପୂର୍ବରୁ ବଡ ପୁଅ ମଧ୍ୟ 19ବର୍ଷ ବୟସରେ କିଡ଼ନୀ ରୋଗରେ ହିଁ ଆର ପାରିକୁ ଚାଲିଯାଇଥିଲେ |ନିଜର ବୋଲି ଘର ଖଣ୍ଡିଏ ନାହିଁ | ଘର ଭଡାରେ ରହି ନିଜେ ମହାରଣା କର୍ମ କରି ଯେଉଁ ଦୁଇ ପଇସା ରୋଜଗାର କରୁଛନ୍ତି ତାହା ଘରର ଖର୍ଚ୍ଚକୁ ବି ନିଅଣ୍ଟ, ପୁଅ ର ମେଡିକାଲ ଚିକିତ୍ସା କେମିତି କରିବେ, ଏ ନେଇ ଛଳ ଛଳ ଆଖିରେ କହୁଛନ୍ତି ବାପା ରମେଶ | ଘରେ ବଢିଲା ଝିଅ | ମୁଣ୍ଡ ଉପରେ ଝିଅ ର ବାହାଘର ଅଛି କିନ୍ତୁ ପୁଅର ଏହି ରୋଗ ଯନ୍ତ୍ରଣା ଭିତରେ ଝିଅର ମଧ୍ୟ ବାହାଘର କରିପାରୁନାହାନ୍ତି ପରିବାର ଲୋକେ | ପ୍ରଶାସନିକ ସ୍ତରରୁ କୌଣସି ସାହାଯ୍ୟ ସହଯୋଗ ମିଳିନଥିବା କହିଛନ୍ତି ଅଜିତଙ୍କ ମା | ପ୍ରତ୍ୟେକ 7 ଦିନରେ ଥରେ ଡାଇଲିସିଶ ହେବା ନେଇ ଡାକ୍ତରଙ୍କ ପରାମର୍ଶ ରହିଥିଲେ ମଧ୍ୟ ଅର୍ଥ ଅଭାବରୁ ତାହା ବି କରିପାରୁନାହାନ୍ତି |ବର୍ତ୍ତମାନ ଦୀର୍ଘ 15ରୁ ଉର୍ଦ୍ଧ ଦିନ ହେବ ଡାଇଲିସିଶ ପ୍ରକ୍ରିୟା ହୋଇ ନପାରି ସେ ମୁର୍ତ୍ୟୁ ସହିତ ସଂଗ୍ରାମ କରୁଛନ୍ତି | ଅଜିତଙ୍କ ସ୍ୱାସ୍ଥ୍ୟଗତ ଗଭୀର ସମସ୍ୟାରୁ ମୁକ୍ତି ପାଇବା ପାଇଁ ପରିବାରର ସମସ୍ତ ସଦସ୍ୟ କବିସୂର୍ଯ୍ୟନଗର ବିଧାୟିକା ଙ୍କ ସମେତ ପ୍ରଶାସନିକ ଅଧିକାରୀ, ବେସରକାରୀ ଅନୁଷ୍ଠାନ ଓ ସହୃଦୟ ବ୍ୟକ୍ତି ମାନଙ୍କୁ ଆକୁଳ ନିବେଦନ କରିଛନ୍ତି | ଯଦି କେହି ସହୃଦୟ ବ୍ୟକ୍ତି କିଛି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ବ୍ୟାଙ୍କ ଆକାଉଣ୍ଟ ରେ ସାହାଯ୍ୟ କରିପାରିବେ |
ଆକାଉଣ୍ଟରେ ନାମ -Ajitkumar Maharana
State bank of india
Kabisuryanagar branch
A/C- 35895453463
IFSC Code -SBIN0002073
Google pay/phone pay – 9583245667