ଆସିକା: ଖାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ

26


ଆସିିକା,୧୭/୯ (ଖିରୋଦ ଚନ୍ଦ୍ର ବେହେରା) :  ଆସିକା ବ୍ଲକ ଖାରିଆ ଆଚଂଳିକ ସାଧନ କେନ୍ଦ୍ର ଅଧିନ ଖାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠୀତ ହୋଇଯାଇଛି । ଏହି ମେଳା ଖାରିଆ ସିଆରସିସି ସିମାଚଂଳ ସେଠିଙ୍କ ପୈାରହିତ୍ୟରେ ଅନୁଷ୍ଠୀତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସିକା ଗୋଷ୍ଠି ଶିକ୍ଷା ଅଧିକାରୀ କୃତିବାସ ବାରିକ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଭାଗିରଥି ପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କୃତିବାସ ବାରିକ ମେଳାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଖାରିଆ କ୍ଲଷ୍ଟର ଅଧିନ ୧୨ଟି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏହି ମେଳାରେ ଯୋଗ ଦେଇ ଶିକ୍ଷଣ ସାମଗ୍ରୀ ମେଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ବିଇଓ କୃତିବାସ ବାରିକଙ୍କ ଠାରୁ ବୁଝିଥିଲେ । ଏହି ମେଳାକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସାରଙ୍ଗଧର ଦାଶ, ସହକାରୀ ଶିକ୍ଷକ ବରୁଣ ସେଠି, ଗୋଲାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅବନୀ କାନ୍ତ ବେହେରା, ଧୋବାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁନିଲ ମହାନ୍ତି, ହୁମୁକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସିତାରାମ ବେହେରା ପରିଚାଳନାରେ ସହ ଯୋଗ କରିଥିଲେ । ଶେଷରେ ବିଦ୍ୟାଳୟ ଶିକ୍ଷକ ଧନ୍ୟବାଦ ଅର୍ପଣ କରିବା ପରେ ଶିକ୍ଷଣ ସାମଗ୍ରୀ ମେଳା କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।