
ବାଲିଗୁଡ଼ା,୨୩/୧୦(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ର ବାଲିଗୁଡା ଠାରେ ବନ କର୍ମଚାରୀ ଙ୍କ ମିଳିତ ଉଦ୍ୟମରେ ବେ ଆଇନରେ ଜଙ୍ଗଲ ରୁ ସଂଗୃହିତ ହେଉଥିବା କାଠ ଓ କୋଇଲା ର ବ୍ୟବହାର ଉପରେ ବିଭିନ୍ନ ହୋଟେଲ ବୁଲି ଲୋକଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳିଛି | ରେଞ୍ଜ ଅଫିସର ସଞ୍ଜୟ କୁମାର ସାହୁ,ଶିବାଜୀ ବେହେରା ଫରେଷ୍ଟର ଖମନଖୋଲ,ଜ୍ୟୋତିରାଜ ମଲ୍ଲିକ ଫରେଷ୍ଟର ପୋଖରୀବନ୍ଧ,ଦାସିରଥୀ ପଣ୍ଡା ଫରେଷ୍ଟଗାର୍ଡ ବାଲିଗୁଡା ଓ ଅନ୍ୟାନ୍ୟ ବନକର୍ମଚାରୀ ଙ୍କ ଉପସ୍ତିତିରେ ଆଦିବାସୀ କଲେଜ ଛକଠାରୁ ଆରମ୍ଭ କରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ହୋଟେଲ ବୁଲି ବେଆଇନରେ ଜଙ୍ଗଲ ରୁ କାଠ,କୋଇଲା ବିକ୍ରି ପାଇଁ ଆଣୁଥିବା ଲୋକଙ୍କୁ ସଚେତନତା କରାଇ ଥିଲେ | ପ୍ରତେକ ବନ କର୍ମଚାରୀ ଙ୍କ ମୁହଁରେ ମାକ୍ସ ଥିବାର ଦେଖିବାକୁ ମିଳିଥିଲା | ଜଙ୍ଗଲ କ୍ଷୟ ରୁ ରକ୍ଷା କରିବାକୁ ଯାଇ ଲୋକଙ୍କୁ ସଚେତନତା ଭିତରେ ଅନ୍ୟ ଉପାୟରେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ |
ରୀପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



