
ବାଲିଗୁଡ଼ା,୨୨/୧୦(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଂଚଳର ଟୁଙ୍ଗି ନିକଟରେ
ଏକ ସଡ଼କ ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ଘଟିଛି | ମୃତକ ଜଣକ ହେଲେ ଘୁ. ଉଦୟଗିରି ଅଂଚଳର ମୁନା ପ୍ରଧାନ | ମୁନା ପ୍ରଧାନ ଘୁ. ଉଦୟଗିରି ରୁ ଟିକାବାଲିକୁ ଗୋଟିଏ ମଟର ସାଇକଲ ଯୋଗ ଆସୁଥିଲେ ବେଳେ ଲତାରିମାହା ପଞ୍ଚାୟତ ର ଟୁଙ୍ଗି ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଗୋଟିଏ ଟ୍ରକ ଦେହରେ ପିଟି ହୋଇ ସ୍କୁଟି ଚାଳକର ମୃତ ଘଟିଛି | ମୃତ ଚାଳକର ଗାଡି ର ନମ୍ବର OD 12 C1900 ଥିବା ଜଣାପଡିଛି | ଖବର ପାଇ ଟିକାବାଲି ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ମାମଲା ରୁଜୁ କରିଥିଲେ | ଥାନା ଅଧକାରୀ ରେବତୀ ଶବର ସୂଚନା ଦେଇଛନ୍ତି ।
ରୀପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



