
ଗଞ୍ଜାମ,୨୨/୧୦ (ଜ଼ିଲ୍ଲା ଖବର) : ଗଞ୍ଜାମ ଏନ ଏ ସି ଅନ୍ତର୍ଗତ ୩ ନମ୍ବର ୱାର୍ଡ ରେ ରହିଥିବା ଶିଶୁ ଉଦ୍ୟାନ ରେ ଅବ୍ୟବସ୍ଥା ଯୋଗୁଁ ଶିଶୁ ମାନେ ମୁହଁ ଫେରୋଉଥିବା ପରିଲକ୍ଷିତ ହେଉଛି।ଯାହାକୁ ନେଇ ଅବିଭାବକ ମହଲରେ ଉଡ଼ବେଗ ପ୍ରକାଶ ପାଉଛି। କିଛି ବର୍ଷ ତଳେ ଶିଶୁ ଉଦ୍ୟାନ ଟି ନିର୍ମାଣ ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ କିଛି ଖେଳ ଉପକରଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।ଏନ ଏ ସି ପକ୍ଷରୁ ଉଦ୍ୟାନ ରେ ସଫେଇ ବ୍ୟବସ୍ଥା କରାଯାଉନଥିବାରୁ ସେଠାରେ ଗଛ ଲତା ଉଠିଯାଇଥିବା ଦେଖିବାକୁ ମିଳିଛି।ଫଳରେ ଉକ୍ତ ସ୍ଥାନରେ ବିଷାକ୍ତ ସରୀସୃପ ରହି ଶିଶୁ ମାନଙ୍କ ପ୍ରତି ବିପଦ ର ସମ୍ଭାବନା ରହିଛି। ଶିଶୁ ଉଦ୍ୟାନଟି ଆକର୍ଷଣ ହରାଇଥିବା ବେଳେ ଏନ ଏ ସି କର୍ତ୍ୟୁପକ୍ଷ ତୁରନ୍ତ ସେଠାରେ ନୂତନ ଖେଳ ଉପକରଣ ବ୍ୟବସ୍ଥା କରିବା ସହ ସ୍ଵଛତା ପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
ରିପୋର୍ଟ ପ୍ରଦୀପ କୁମାର ସାହୁ ।


