ଆସିକା: ମିଳିତ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ବିଇଓଙ୍କୁ ୧୭ ଦଫା ଦାବୀ ପତ୍ର ପ୍ରଦାନ

15


ଆସିିକା,୧୭/୯ (ଖିରୋଦ ଚନ୍ଦ୍ର ବେହେରା) :  ଆସିକା ଗୋଷ୍ଠୀ ଶିକ୍ଷା ଅଧିନ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନଙ୍କ ସମସ୍ୟା ନେଇ ଆଜି ମିଳିତ ଶିକ୍ଷକ ସଂଘ ପକ୍ଷରୁ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ କୃତିବାସ ବାରିକଙ୍କୁ ୧୭ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି । ଆସିକା ମିଳିତ ଶିକ୍ଷକ ସଂଘର ସଭାପତି ସନ୍ତୋଷ କୁମାର ସେଠିଙ୍କ ତତ୍ୱାବାଧାନରେ ଏହି ଦାବି ପତ୍ର ପ୍ରଦାନ କରାଯାଇଥିବା ବେଳେ ପ୍ରାଥମିକ ଓ ଉଚ୍ଚ ପ୍ରାଥିମିକ ବିଦ୍ୟାଳୟ କାର୍ଯ୍ୟରତ ବହୁ ଶିକ୍ଷକ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଇଓଙ୍କୁ ଜଣାଇଥିଲେ । ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଦାବୀ ଗୁଡିକ ହେଲା ଏସସି ଓ ଏସଟି ପ୍ରମାଣ ପତ୍ର ବାବଦକୁ ଯେଉଁ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଇଛି ସେମାନଙ୍କୁ ତୁରନ୍ତ ସାର୍ଟିଫିକେଟ ପ୍ରଦାନ କରାଯାଉ ।

ନଚେତ ସେମାନେ ଦେଇଥିବା ଟଙ୍କା ଫେରସ୍ତ କରାଯାଉ । ଛାତ୍ରଛାତ୍ରୀ ମାନଙ୍କୁ ତୁରନ୍ତ ଆବଶ୍ୟକ ପାଠ୍ୟ ପୁସ୍ତକ ପ୍ରଦାନ, ଆବଶ୍ୟକ ପଡୁଥିବା ଆଡିସାନାଲ ୟୁନିଫର୍ମ ଗ୍ରାଟଂ ତୁରନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ, ପ୍ରତିମାସରେ ଦରମା ଠିକ ପରବର୍ତୀ ମାସର ୧ ତାରୀଖରୁ ୫ ତାରିଖ ମଧ୍ୟରେ ପ୍ରଦାନ କରିବା, ସମସ୍ତ ବର୍ଗର ନିୟମିତ ଶିକ୍ଷକଙ୍କ ସେବା ପୁସ୍ତିକା ଅପଡେସନ କରିବା, ପୂଜା ଅଗ୍ରିମ ସରକାରଙ୍କ ଘୋଷଣା ପ୍ରକାରେ ଆବେଦନକାରୀ ଶିକ୍ଷକଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିବା, ଶତକଡା ୩ ଭାଗ ଡିଏ. ଏରିଅର ପ୍ରଦାବ କରିବା,୨୦୧୧ ବେଚର ନିୟମିତ ଶିକ୍ଷକଙ୍କ ସେବା ପୁସ୍ତିକ ଅପଡେସନ ସହିତ ବକେୟା ଥିବା ଦୁଇଟି ଇନକ୍ରିମେଟଂ କାର୍ଯ୍ୟ ସମ୍ପାଦନ କରିବା, ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ବାକି ଥିବା ଏନକ୍ରିମେଟଂ ଏରିଅର ପ୍ରଦାନ ,୨୦୧୩ ବ୍ୟାଚର ଜେଟି ମାନଙ୍କ ବକେୟା ଏରିଅର ପ୍ରଦାନ କରିବା, ଇନକମ ଟ୍ୟାକ୍ସ ବାବଦକୁ ଆଦାୟ ହୋଇଥିବା ଟଙ୍କା ଆୟକର ବିଭାଗର କର୍ତୃପକ୍ଷଙ୍କ ନିକଟରେ ତୁରନ୍ତ ଜମା କରିବା, ଯୋଗ୍ୟ ବିବେଚିତ ଶିକ୍ଷକ ମାନଙ୍କ ଠାରୁ ଟି.ଡି.ଏସ କାଟିବା ବ୍ୟବସ୍ଥା କରାଯାଉ ।

ଟି.ଡି.ଏସ ବାବଦକୁ ସମସ୍ତଙ୍କ ଠାରୁ ଆଦାୟ ହେଉଥିବା ଏକ ହଜାର ଟଙ୍କା ପରିବର୍ତେ ଉପଯୁକ୍ତ ରକମ ଟଙ୍କା ଆଦାୟ କରିବା, ମାତୃତ୍ୱ କାଳିନ ଓ ପିତୃତ୍ୱ , ଉପାର୍ଜିତ ଛୁଟି, ସ୍ୱାସ୍ଥ୍ୟଗତ ଛୁଟି ମଞ୍ଜୁର କରି ଆବେଦନକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରିବା, ଉଚ୍ଚ ଶିକ୍ଷା ପାଇଁ ଆବେଦନକାରୀ ଶିକ୍ଷକ , ଶିକ୍ଷୟତ୍ରୀଙ୍କୁ ଅନୁମତି ପ୍ରଦାନ କରିବା, ଆବେଦନକାରୀଙ୍କୁ ଇଚ୍ଚାଧିନ ଛୁଟି ମଞ୍ଜୁର କରାଯାଉ, ଅଭିଯୋଗ ପ୍ରକୋଷ୍ଠର କାର୍ଯ୍ୟକାରିତା ସୁଚାରୁ ରୁପେ କରିବା ପ୍ରମୁଖ ଦାବୀ ସମ୍ପର୍କିତ ସ୍ମାରକ ପତ୍ର ବିଇଓଙ୍କୁ ପ୍ରଦାନ କରାଯାଇଥିଲା ।

ପ୍ରଦାନ କରାଯାଇଥିବା ସମସ୍ତ ଦାବୀର ଆଶୁ ସମାଧାନ ଆସନ୍ତା ୩୦ ତାରିଖ ସୁଦ୍ଧା କରାନଗଲେ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଭୟାଭୟ ଆନ୍ଦୋଳନ କରିବା ନେଇ ଚେତାବନୀ ଦିଆଯାଇଥିବା ମିଳିତ ଶିକ୍ଷକ ସଂଘ ସଭାପତି ସନ୍ତୋଷ କୁମାର ସେଠି ସୁଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମିଳିତ ଶିକ୍ଷକ ସଂଘର ସମ୍ପାଦକ ସରୋଜ କୁମାର ନାୟକଙ୍କ ସମେତ ବହୁ ଶିକ୍ଷକ ଦାବୀ ପ୍ରଦାନ ବେଳେ ସାମିଲ ଥିଲେ ।