Home ଆଞ୍ଚଳିକ ସମାଜସେବୀ ଶିବ ପ୍ରସାଦ ମହାନ୍ତୀଙ୍କ ଦେହାନ୍ତ

ସମାଜସେବୀ ଶିବ ପ୍ରସାଦ ମହାନ୍ତୀଙ୍କ ଦେହାନ୍ତ

94

ଜଟଣୀ,୨୨/୧୦(ଜିଲ୍ଲା ଖବର) : ଜଟଣୀ ଅଂଚଳର ସମାଜସେବୀ ତଥା ଲହୁ ମାନବଭାବେ ପରିଚିତ ଶିବ ପ୍ରସାଦ ମହାନ୍ଧୀଙ୍କର ଆଜି ଭୁବନେଶ୍ୱର ଏମ୍ଭ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ବିଭିନ୍ନ ସଂଗଠନର ପ୍ରମୁଖ ସଂଗଠକଭାବେ କାର୍ଯ୍ୟକରି ସମ୍ବନ୍ଧିତ ହୋଇଥିଲେ । ଜଟଣୀ ଓ ଏହାର ଆଖପାଖ ଅଂଚଳର ଶତାଧୀକ ରକ୍ତହିନ ରୋଗୀମାନଙ୍କୁ ସେ ରକ୍ତ ଯୋଗାଇଁ ଅନେକ ନିରିହି ଅସହାୟମାନଙ୍କ ଜୀବନକୁ ବଚାଇଛନ୍ତି । ତେଣୁ ଅଂଚଳରେ ସର୍ଗତ ଶିବଙ୍କୁ ଲହୁ ମାନବ ନାମରେ ଜଣାଶୁଣା ଥିଲେ । ବିନା ମୂଲ୍ୟରେ ଲୋକମାନଙ୍କୁ ରୋଟାରୀ କ୍ଲବ ଓ ଲାୟନ କ୍ଲବ ସହାୟତାରେ ଚକ୍ଷୁ ଚିକିତ୍ସା ସହିତ ବିଭିନ୍ନ ସେବା ଯୋଗାଇ କର୍ମଯୋଦ୍ଧାର ଆଖ୍ୟା ସାଉଁଟିଥିବା ଏହି ଯୋଦ୍ଧା ଆଜି ନିଜେ ଜିବନ ଯୁଦ୍ଧରେ ହାରିଯାଇଛନ୍ତି । ଏପରି ଜଣେ ପ୍ରମୁଖ ସମାଜସେବୀଙ୍କ ବିୟୋଗରେ ଜଟଣୀ ଅଂଚଳ ଆଜି ସ୍ତବ୍ଧ ହୋଇଯାଇଛି । ଆଜି ସଂଧ୍ୟାରେ ଏମ୍ଭ ହସ୍ପିଟାଲରୁ ଶିବଙ୍କ ମରଶରୀର ଜଟଣୀ ସୁରକ୍ଷାମବଂ କାର୍ଯ୍ୟାଳୟକୁ ଆସିବା ପରେ ତାଙ୍କ ବାସଭବନକୁ ଅଣାଯାଇଥିଲା । ନିକଟପୁ ଶୁସାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।

ରିପୋର୍ଟ ସଞ୍ଜୀବ କୁମାର ।