Monday, November 16, 2026
Home ଆଞ୍ଚଳିକ ଆଇ.ପି.ଏଲ୍ ବେଟିଂ କାରବାରକୁ ନେଇ ୩ ଗିରଫ, ୧,୨୭,୪୫୦ ଟଙ୍କା ସହ ...

ଆଇ.ପି.ଏଲ୍ ବେଟିଂ କାରବାରକୁ ନେଇ ୩ ଗିରଫ, ୧,୨୭,୪୫୦ ଟଙ୍କା ସହ ୫ ସ୍ମାର୍ଟଫୋନ୍ ଜବତ

128

ଆସିକା,୨୧/୧୦(ଜିଲ୍ଲା ଖବର) : ଆଇ.ପି.ଏଲ୍ କୁ ନେଇ ଚାଲିଛି ବେଟିଂ କାରବାର l ଆଇ.ପି.ଏଲ୍ ବେଟିଂ ସମୟରେ ୧,୨୭,୪୫୦ ଟଙ୍କା, ୫ ଟି ସ୍ମାର୍ଟଫୋନ୍ ଏବଂ ଆଇ.ପି.ଏଲ୍ ମ୍ୟାଟେରିଆଲ ସହ ତିନି ଅଭିଯୁକ୍ତକୁ ଗିରଫ କଲା ଗଞ୍ଜାମ ଜିଲ୍ଲା ଆସିକା ଥାନା ପୁଲିସ l କରୋନା ସମୟରେ ଲୋକ ମାନଙ୍କ ମନୋରଞ୍ଜନ ପାଇଁ ବିନା ଫ୍ୟାନ ଫଲର୍ସରେ ଆଇ.ପି.ଏଲ୍ ମ୍ୟାଚ ଚାଲିଥିଲା ବେଳେ ଏବେବି ଅନେକ ସ୍ଥାନରେ ଆଇ.ପି.ଏଲ୍ କୁ ନେଇ ଚାଲିଛି ଲକ୍ଷାଧିକ ଟଙ୍କାର ବେଟିଂ କାରବାର l ଏନେଇ ଆସିକାରେ ମଧ୍ୟ ଆଇ.ପି.ଏଲ୍ ବେଟିଂ ଚାଲିଥିବା ବେଳେ ଖବର ପାଇ ଆସିକା ଥାନା ପୁଲିସ ତିନି ଅଭିଯୁକ୍ତ ଅଜୟ ଗୌଡ଼, କୃଷ୍ଣ ସ୍ୱାଇଁ, ଏବଂ ବିନୋଦ ପରିଡାକୁ ଗିରଫ କରି ଆସିକା ଥାନା କେସ ନମ୍ବର 549/20ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l