
ଖୋର୍ଦ୍ଧା,୨୧/୧୦(ଜିଲ୍ଲା ଖବର) : ପବ୍ଲିକ ରାଇଟ୍ସ ଆସୋସିଏସନ ର ରାଜ୍ୟ ସମ୍ପାଦିକା ଜ୍ୟୋତିପଣ୍ଡା ଙ୍କ ପ୍ରଚେଷ୍ଟାରେ ପ୍ରେମୀ ଯୁଗଳଙ୍କର (କଟକ ଜିଲ୍ଲା ଅଡଶପୁର ର ଶ୍ରୀକାନ୍ତ ଜେନା ଏବଂ ଭାରତୀ ମହାପାତ୍ର) ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଆସୋସିଏସନ ଦ୍ବାରା ନିମନ୍ତ୍ରିତ ଅତିଥି ମାନଙ୍କ ପାଇଁ ମଧ୍ୟ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପବ୍ଲିକ ରାଇଟ୍ସ ର ନେତୃବୃନ୍ଦ ମାନଙ୍କ ମଧ୍ୟରେ ରାଜ୍ୟ ଶ୍ରମ ବିଭାଗ ସମ୍ପାଦକ ସୁମନ୍ତ କୁମାର ସ୍ବାଇଁ ରାଜ୍ୟ ମହିଳା ବିଭାଗ ସମ୍ପାଦିକା ବବିତା ଘଡେଇ ଖୋର୍ଦ୍ଧା ଜିଲ୍ଲା ସଭାପତି ଶୁଶିଲକଷ୍ଟା ଖୋର୍ଦ୍ଧା ଜିଲ୍ଲା ଉପ ସଭାପତି ଦୁଷ୍ମନ୍ତ କୁମାର ଜେନା ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସଞିବ କୁମାର, ଖୋର୍ଦ୍ଧା ଜିଲ୍ଲା ମହିଳା ବିଭାଗର ସମ୍ପାଦିକା ଅମ୍ରିତା ସାହୁ, ପ୍ରମୋଦ କୁମାର ରାଉତ, ବିପିନ ବିଶ୍ବାଳ, ପବିତ୍ରକୁମାରରଥ, ରଶ୍ମିସ୍ବାଇଁ, ନୀଳମାଧବ ମିଶ୍ର ଯଶୋବନ୍ତ ଜେନା ରଞ୍ଜିତା ଦାସ୍, ଲଳିତା ସାହୁ, ସୁକାନ୍ତ କୁମାରନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ ସଞ୍ଜୀବ କୁମାର ।




