Monday, November 16, 2026
Home ଆଞ୍ଚଳିକ ହୃଦରୋଗରେ ପୀଡିତ ସପ୍ତମ ଶ୍ରେଣୀର ଛାତ୍ର

ହୃଦରୋଗରେ ପୀଡିତ ସପ୍ତମ ଶ୍ରେଣୀର ଛାତ୍ର

24

ବେଗୁନିଆ ପଡ଼ା,୨୧/୧୦(ଜିଲ୍ଲା ଖବର) : ଟଙ୍କା ଅଭାବରୁ ହୋଇପାରୁନି ଚିକିତ୍ସା । ଗରିବ ପରିବାର ଉପରେ ସତେ ଯେମିତି ଅଭିଶାପ ପଡିଛି । ପୁଅକୁ ବଂଚାଇବା ପାଇଁ ଚିନ୍ତାରେ ବାପା ଓ ମାଆ । ଏ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ପଂଚାୟତ ଭାଲ୍ୟାଝର ଗାଁର ପଞ୍ଜାବୀ ସାହି ମାନସ ସାହୁଙ୍କ ପୁଅ ଅଜୟ ସାହୁ । ସପ୍ତମ ଶ୍ରେଣୀରେ ପଢୁଥିବା ଅଜୟ ଦୁଇ ବର୍ଷରୁ ଅଧିକ ମାସ ହେବ ହୃଦରୋଗରେ ପୀଡିତ ଅଛନ୍ତି । ପ୍ରଥମେ ବ୍ରହ୍ମପୁର, ପରେ ପୁଟପର୍ତି ଓ ତା ପରେ ଭୁବନେଶ୍ୱର ଭଳି ବହୁ ସ୍ଥାନରେ ଦେଖାଇ ଦେଖାଇ ବାପା-ମାଆଙ୍କ ଯେପରି ଉପାୟ ଶୁନ୍ୟ ହୋଇଯାଇଛନ୍ତି । ଆର୍ଥିକ ସମ୍ବଳ ଅଭାବରୁ ପୁଅର ଚିକିତ୍ସା କରିପାରୁ ନାହାନ୍ତିି ବାପା ମାଆ । ଗୋଟିଏ ପଟେ ଅଜୟର ହୃଦରୋଗ ପାଇଁ ଚିନ୍ତା ବଢୁଥିବା ବେଳେ ସେପଟେ ଅଜୟଙ୍କ ବାପା ତଥା ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ମାନସ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । କାମକୁ ଯିବା ସମୟରେ ଆଖି ଉପରେ ଆଘାତ ହୋଇଯିବାରୁ ସେ କାମ କରିବା ପାଇଁ ମଧ୍ୟ ଏବେ ଯାଇପାରୁ ନାହାନ୍ତି । ମାନସଙ୍କ ସାନ ପୁଅ ମଧ୍ୟ ମାନସିକ ବିକାରଗ୍ରସ୍ତ । ପାଖରେ ଥିବା ସବୁ ଅର୍ଥ ସରିଗଲା ଚିକିତ୍ସାରେ । ଏ ପରିବାର ସର୍ବସ୍ୱାନ୍ତ ହୋଇ ହୋଇ ଅସହାୟ ହୋଇପଡିଛନ୍ତି । ସହାୟତା ଛଡା ଅନ୍ୟ କିଛି ଉପାୟ ନାହିଁ ତାଙ୍କ ପାଖରେ । ସେପଟେ ସ୍ଥାନୀୟ ସରପଂଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡଙ୍କୁ ଜଣାଯାଇଥିବା କଥା କହିଛନ୍ତି । ପୁଅକୁ ପାଇ ବାପା-ମାଆ ବହୁତ ସ୍ୱପ୍ନ ଦେଖିଥିଲେ, ହେଲେ ପୁଅ ପଢାପଢି କରିବା ସମୟରେ ଭୋଗୁଛି ଜିଇଁବା ମରିବାର ଯନ୍ତ୍ରୀଣା । ସରକାରୀ ଆଉ ବେସରକାରୀ ସହାୟତା ପାଇଁ ହାତ ପାତିଛନ୍ତି ଏହି ଅସହାୟ ପରିବାର । ଯଦି କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା କୌଣସି ଅନୁଷ୍ଠାନ ଏ ପରିବାରଙ୍କୁ ସାହାଯ୍ୟ କରିବାକୁ ଆକୁଳ ନିବେଦନ କରିଛନ୍ତି ସେମାନେ ।