Monday, November 16, 2026
Home ଆଞ୍ଚଳିକ ଓଏସଏପି ଅଷ୍ଟମ ବାଟାଲିୟନରେ ୬୧ ତମ ସହିଦ ଦିବସ ପାଳିତ

ଓଏସଏପି ଅଷ୍ଟମ ବାଟାଲିୟନରେ ୬୧ ତମ ସହିଦ ଦିବସ ପାଳିତ

20

ଗଞ୍ଜାମ,୨୧/୧୦(ଜ଼ିଲ୍ଲା ଖବର): ଗଞ୍ଜାମ ସହରର ଅନତିଦୂରରରେ ରହିଥିବା ଛତ୍ରପୁର ଓ ଏସ ଏ ପି ଅଷ୍ଟମ ବାଟାଲିୟନ ପକ୍ଷରୁ ବାଟାଲିୟନ ପରିସର ରେ ୬୧ ତମ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କମାଣ୍ଡେଣ୍ଟ ସୂର୍ଯ୍ୟନାରାୟଣ ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ମାତୃକାର ସେବାକରି ସହିଦ ଅମର ଯବାନ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନଙ୍କ ସୃତି ଚାରଣ କରିଥିଲେ । ମହାମହିମ ରାଜ୍ୟପାଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତା ସହ ଅମର ସହିଦ ଯବାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପଠନ କରାଯାଇଥିଲା । ପୋଲିସ ବାହିନୀ ନିଜ ପରିବାର କଥା ପଛରେ ପକାଇ ନିଜ ଜୀବନକୁ ବିପନ୍ନ କରି ବିପଦ ସମୟରେ ଲୋକ ଙ୍କ ସେବା କରିବା ସହ ପ୍ରାଣବଳି ଦେଇ ସାଧାରଣ ଜନତାଙ୍କୁ ସୁରକ୍ଷା ପ୍ରଦାନ କରିଆସୁଧିବାରୁ ଆଜିର ଦିନଟି ହାବିଲଦାର ଓ ସିପାହି ମାନଙ୍କ ପାଇଁ ଗର୍ବ ଓ ଗୌରବ ଦିବସ ବୋଲି ମତ ପ୍ରକାଶ ପାଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଡିୟଟି କରି ୧୨୭ ଜଣ ସିପାହୀ କରୋନା ରେ ସଂକ୍ରମିତ ହୋଇଥିବା ବେଳେ ୭୧ ଜଣ ସିପାହି ପ୍ଲାଜମା ଦାନ କରିଥିବାରୁ ପ୍ରତ୍ୟେକ ଙ୍କୁ କମାଣ୍ଡେଣ୍ଟ ଶ୍ରୀ ମଲିକ ଶୁଭେଛା ଜଣାଇଥିଲେ ।
ଡେପୁଟି କମାଣ୍ଡେଣ୍ଟ ସୁନୀଲ କୁମାର ବେହେରା,ଆଇଷ୍ଟେଣ୍ଡ କମାଣ୍ଡେଣ୍ଟ ଅରୁଣ କୁମାର ପ୍ରଧାନ,ସୁବେଦାର ସୁରେନ୍ଦ୍ରନାଥ ବେହେରା,ବ୍ରହ୍ମାନନ୍ଦ ମଲିକ,ମନୋଜ କୁମାର ଦାଶ,ପ୍ରଫୁଲ କୁମାର ସେଠୀ, ହାବିଲଦାର ଓ ସିପାହୀ ଶାଖା ସଂଘ ସଭାପତି ପ୍ରଭାକର ବେହେରା ପ୍ରମୁଖ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।କୋଭିଡ ଗାଇଡ଼ ଲାଇନ ନିୟମ ପ୍ରକାରେ ୪୭ ଜଣଙ୍କୁ ନେଇ ପ୍ୟାରେଡ଼ କରାଯାଇ ସହିଦ ଦିବସ ପାଳିତ ହୋଇଥିଲା ।

ରିପୋର୍ଟ ପ୍ରଦୀପ କୁମାର ସାହୁ ।