Wednesday, November 11, 2026
Home ଆଞ୍ଚଳିକ ପୋଖରୀରେ ବୁଡି ୨ଭଉଣୀଙ୍କ ସଲିଳ ସମାଧି

ପୋଖରୀରେ ବୁଡି ୨ଭଉଣୀଙ୍କ ସଲିଳ ସମାଧି

49

ଗଞ୍ଜାମ୨୧/୧୦ (ଜ଼ିଲ୍ଲା ଖବର) : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ପୋଖରୀରେ ଗାଧୋଉଥିବାବେଳେ ଗୋଡ ଖସିଯାଇ ୨ ଭଉଣୀ ପୋଖରୀରେ ବୁଡି ସଲିଳ ସମାଧି ହେବା ଘଟଣା ସାଧାରଣ ରେ ଉକ୍ତ ଦୁଃଖଦ ଘଟଣା ସମସ୍ତଙ୍କୁ ଚକିତ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବୁଧବାର ଦିନ ଦିବା ୯ ଘଟିକା ସମୟରେ ତୁଳସୀପୁର ଗ୍ରାମ ର ସୁରେଶ ପାହାନ ଙ୍କ ର ବଡ ଝିଅ ଖୁସି ପାହାନ (୧୦) ଓ ମଝିଆ ଝିଅ ପୂଜା ପାହାନ (୬) ନିଜ ଘର ତୁଳସୀପୁରସ୍ଥିତ ତୋଟା ସାହିରୁ ଲକ୍ଷ୍ମୀନାରାୟଣ ପୋଖରୀ କୁ ସବୁଦିନ ପରି ଆଜି ଗାଧୋଇବା ପାଇଁ ଯାଇଥିଲେ |ତେବେ ପୋଖରୀରେ ଗାଧୋଉଥିବାବେଳେ ଅ ସତର୍କ ହୋଇ ଗୋଡ ଖସିଯିବା ପରେ ଗଭୀର ପାଣି ରେ ବୁଡି ଯାଇଥିଲେ । ଆଖପାଖ ଅଂଚଳ ରେ କୌଣସି ଲୋକ ନଥିବା ଯୋଗୁଁ ସେମାନଙ୍କ ଚିତ୍କାର ଶୁଣିପାରିନଥିଲେ । ଉକ୍ତ ୨ ଭଉଣୀଙ୍କ ର ମା ଓ ଗ୍ରାମ ର କିଛି ଲୋକ ବିଭିନ୍ନ ସ୍ଥାନ ଖୋଜାଖୋଜି ପରେ ପୋଖରୀରେ ଖୋଜାଖୋଜି କରି ଉକ୍ତ ୨ ଭଉଣୀଙ୍କ ର ମୃତଦେହ କୁ ଠାବ କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଛତ୍ରପୁର SDPO ଗୌତମ କିସାନ ହାସପାତାଲ ରେ ଶବକୁ ଦେଖି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ପ୍ରକାଶ ଥାଉ କି ଉକ୍ତ ୨ ଭଉଣୀଙ୍କ ର ବାପା ଶ୍ରମିକ ଭାବେ ଚେନ୍ନାଇ ରେ କାମ କରୁଥିବାବେଳେ ବଡ ଝିଅ ଖୁସି ୫ମ ଶ୍ରେଣୀ ଓ ମଝିଆ ଝିଅ ପୂଜା ତୃତୀୟ ଶ୍ରେଣୀ ରେ ଗାଁ ବିଦ୍ୟାଳୟରେ ପାଠ ପଢୁଥିଲେ ।

ରିପୋର୍ଟ ପ୍ରଦୀପ କୁମାର ସାହୁ ।