Saturday, August 1, 2026
Home ଆଞ୍ଚଳିକ ଖୋର୍ଦ୍ଧା ଜିଲ୍ଲାପରିଷଦ ବୈଠକ

ଖୋର୍ଦ୍ଧା ଜିଲ୍ଲାପରିଷଦ ବୈଠକ

14

ଖୋର୍ଦ୍ଧା୨୦/୧୦(ଜିଲ୍ଲା ଖବର) : ଖୋର୍ଦ୍ଧା ଜିଲ୍ଲା ପରିଷଦର ୫ମ ସାଧାରଣ ବୈଠକ ଭରଚୁଆଲ ମୋଡରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଲାଇ ଏଥିରେ ଅଧ୍ୟକ୍ଷତା କରିଥିଲେ । ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ସ୍ୱାଗତ ଭାଷଣ ଏବଂ ବୈଠକ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବ ଗୋଟିଏ ବ୍ଲକରୁ ଅନ୍ୟ ବ୍ଲକ କୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ଉପରେ ଗୁରୁତ୍ବ ଦେଇଥିଲେ । ଜିଲ୍ଲାପାଳ ସନତ ମହାନ୍ତି, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ସଂଯୋଗୀକରଣ ଉପରେ ଆଲୋଚନା ହୋଇଥିଲା । ଜିଲ୍ଲାର ୧୦ଟି ବ୍ଲର ୨୮୩ଟି ରାସ୍ତା ସକାଶେ ୨୩୬୮ କିମି କାମ ଲାଗି ପ୍ରସ୍ତାବ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହା ଅନୁମୋଦନ ପାଇବା ପରେ ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ଡିଭିଜନ ନିର୍ବାହୀ ଯନ୍ତ୍ରୀ କହିଥିଲେ । ବୈଠକରେ ଜିଲ୍ଲା ପରିଷଦ ସଭ୍ୟା ଓ ସଭ୍ୟମାନେ ନିଜ ଅଞ୍ଚଳର ରାସ୍ତା ଉନ୍ନତିକରଣ ନିମନ୍ତେ ପ୍ରସ୍ତାବ ଦେଇଥିଲେ ।

ରିପୋର୍ଟ ସଞ୍ଜୀବ କୁମାର ।