Monday, November 16, 2026
Home ଆଞ୍ଚଳିକ ଗଞ୍ଜାମ ସହର ମୁଖ୍ୟ ରାସ୍ତାରେ ବହୁ ବର୍ଷର ପୁରୁଣା ବୃକ୍ଷ କାଟି ସଫା,ପରିବେଶବିତ ଓ ବୁଦ୍ଧିଜୀବୀ...

ଗଞ୍ଜାମ ସହର ମୁଖ୍ୟ ରାସ୍ତାରେ ବହୁ ବର୍ଷର ପୁରୁଣା ବୃକ୍ଷ କାଟି ସଫା,ପରିବେଶବିତ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

29

ଗଞ୍ଜାମ,୨୦/୧୦ (ଜିଲ୍ଲା ଖବର) : ଦିନକୁ ଦିନ ପରିବେଶ ବିଗୁଡୁଥିବା ବେଳେ ବିଭିନ୍ନ ସମୟରେ ପ୍ରାକୃତିକ ଦୃବିପାକ ପରିଲକ୍ଷିତ ହେଉଥିବା ଲକ୍ଷ କରାଯାଉଛି। ଗ୍ରୀଷ୍ମର ତାତି ବୃଦ୍ଧି ପାଇବାରେ ଲାଗିଛି। ଯାହାକୁନେଇ ବୃକ୍ଷରୋପଣର ଆବଶ୍ୟକତା ରହିଥିବା ବେଳେ, ଗଞ୍ଜାମ ସହରର ମୁଖ୍ୟ ରାସ୍ତାରେ ରହିଥିବା ବହୁ ପୁରୁଣା ବର ଓ ଅଶ୍ୱସ୍ତ ବୃକ୍ଷ ଗୁଡିକ କାଟି
ଦିଆଯାଉଥିବା ଦେଖିବାକୁ ମିଳିଛି। ସହର ର ସାନ ବଜାର ଠାରୁ ତ୍ରିବେଣୀ ମଠ ଛକ ମଧ୍ୟରେ ରହିଥିବା ଗଛ ଗୁଡିକ କାଟିଦେବା ଫଳରେ, ଆଗାମୀ ଗ୍ରୀଷ୍ମ ଦିନ ମାନଙ୍କରେ ଅସହ୍ୟ ଗରମ ଅନୁଭୂତ ହେବା ସୁନିଶ୍ଚିତ ହୋଇପଡିଛି। ପି.ଡବ୍ଲ୍ୟୁ.ଡି. ବିଭାଗ ପକ୍ଷରୁ ସହର ର ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ସହ ସୌନ୍ଧର୍ଯ୍ୟକରାଣ କାର୍ଯ୍ୟ ଚାଲୁ ରହିଛି। ସହରର ବଜାର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ପରିବେଶବିତ ତଥା ସ୍ବେଛାସେବୀ ମାନେ ଅନେକ କଦମ୍ବ ଗଛ ଲଗାଇଥିଲେ। ଫଳରେ ପ୍ରତ୍ୟହ ପରିବା ବେପାରି ମାନେ ଗ୍ରାମାଞ୍ଚଳ ମାନଙ୍କରୁ ପରିବା ନେଇଆସି ଗଛ ତଳେ ପରିବା ବିକ୍ରିକରି ଦୁଇପାଇସା ରୋଜଗାର କରି, ନିଜ ଜୀବିକା ନିର୍ବାହ କରି ଆସୁଥିଲେ। ସହର ମଧ୍ୟରେ ବିଶ୍ରାମଗାରର ଅଭାବ ରହିଛି। ଫଳରେ ସହର କୁ ଆସୁଥିବା ବିଭିନ୍ନ ଅଞ୍ଚଳର ଲୋକେ ଗଛ ଛାଇ ମାନଙ୍କରେ ବିଭିନ୍ନ ଯାନ ବାହାନ କୁ ଅପେକ୍ଷା କରି ଆସୁଥିଲେ। ଅନ୍ୟପଟେ ଐତିହାସିକ ଦୋଳଯାତ୍ରା ବଜାର ଯାତ୍ରା ସମୟରେ ହଜାର ହଜାର ଜନ ସମାଗମହେଉଥିଲା ବେଳେ
ଗଛ ଛାଇ ମାନଙ୍କରେ ଉଠା ଦୋକାନୀ ପସରା ଖୋଲିଥାନ୍ତି। ଯାତ୍ରା ଦେଖିବାକୁ ଆସୁଥିବା ଲୋକେ ମଧ୍ୟ ଗଛ ଛାଇ ମାନଙ୍କରେ ଆଶ୍ରୟ ନେଉଥିବା ଲକ୍ଷ କରାଯାଏ। ହେଲେ, ଗଛ ଗୁଡିକ କାଟି ସଫା କାରାଯାଇଥିବା ଯୋଗୁଁ ଏହାକୁ ଅଞ୍ଚଳ ବାସୀ ନାପସନ୍ଦ ଓ ନିନ୍ଦା କରିଛନ୍ତି।
ପ୍ରଥମେ ଗଛ କଟାକୁ ଅଞ୍ଚଳବାସୀ ବିରୋଧ କରିଥିଲେ। ଫଳରେ ସ୍ଥାନୀୟ ପ୍ରଶାସନ, ବିଭାଗୀୟ କର୍ତ୍ୟୁପକ୍ଷଙ୍କ ସହ ଅଂଚଅଳବାସୀ ଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ପ୍ରଶାସନ ରାସ୍ତା ପ୍ରଶସ୍ତିକରଣ ପାଇଁ ଗଛ କାଟିବାକୁ ଯୋର ଦେଇଥିଲା।

    ସୂଚନା ଥାଉକି ପୂର୍ବେ ରାଜାରାଜୁଡା ଅମଳରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦିଆଯାଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିଲା। ହେଲେ ସମ୍ପ୍ରତି ରାସ୍ତା ପ୍ରଶସ୍ତିକରଣ ସହ କଂକ୍ରିଟ ଜଙ୍ଗଲ ସୃଷ୍ଟି କରାଯାଉଥିବା ବେଳେ ବହୁ ପୁରାତନ ଗଛଗୁଡିକୁ କାଟି ପଦା କରିଦିଆଯାଉଥିବା ପରିଲକ୍ଷିତ ହେଉଛି। କିନ୍ତୁ, ସେହି ପରିମାଣରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦିଆ ଯାଉନଥିବା ଲକ୍ଷ କରାଯାଉଛି। ଫଳରେ ପରିବେଶ ବିଗୁଡୁଥିବା ଅଭିଯୋଗ ହେଉଛି।

ରିପୋର୍ଟ ପ୍ରଦୀପ କୁମାର ସାହୁ।