Sunday, November 15, 2026
Home ଆଞ୍ଚଳିକ ସମ୍ଭାବ୍ୟ ବର୍ଷାକୁ ଦୁଷ୍ଟିରେ ରଖି ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ସଜାଗ।(ବର୍ଷା ବିତ୍ପାତ ହେଲେ ୩୯...

ସମ୍ଭାବ୍ୟ ବର୍ଷାକୁ ଦୁଷ୍ଟିରେ ରଖି ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ସଜାଗ।(ବର୍ଷା ବିତ୍ପାତ ହେଲେ ୩୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରଶାସନ ପ୍ରସ୍ତୁତ – ବି.ଡି.ଓ.)

26

ଗଞ୍ଜାମ,୨୦/୧୦ (ଜିଲ୍ଲା ଖବର) : ବଙ୍ଗୋପ ସାଗରର ପୂର୍ବ କେନ୍ଦ୍ରୀୟ ଏବଂ ଏହା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଶକ୍ତିଶାଳୀ ହୋଇ ୨୧ ତାରିଖରୁ ୨୩ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା, ପାଣିପାଗ ସୂତ୍ରରୁ ସୂଚନା ମିଳିଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ଗଞ୍ଜାମ ବ୍ଲକ ପ୍ରଶାସନ ସଜାଗ ହୋଇ ରହିଥିବା ପରିଲକ୍ଷିତ ହୋଇଛି। ସମୁଦ୍ର ଉପକୂଳବର୍ତ୍ତୀ ଇଲାକାରୁ ୩୯ ହଜାର ଲୋକଙ୍କୁ ଉଚ୍ଚ ସୁରକ୍ଷିତ ସ୍ଥାନମାନଙ୍କୁ ସ୍ଥାନାନ୍ତରିତ କରାଯିବାକୁ ଲକ୍ଷ ରଖାଯାଇଥିବା ସ୍ଥାନୀୟ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ପ୍ରକାଶ କରିଛନ୍ତି। ଗଞ୍ଜାମ ସହରରେ ୬ ଗୋଟି ସିଟି ବସ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବା ପାଇଁ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ରେ ରଖାଯାଇଥିବା ବେଳେ ଆବଶ୍ୱକ ପଡିଲେ ଆଉ ୪ ଗୋଟି ବସ ଆଣାଯିବାକୁ ଲକ୍ଷ ରଖାଯାଇଛି। ସାମୁଦ୍ରିକ ମଶ୍ଚଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ମାଛ ମାରିବା ପାଇଁ ଯିବାକୁ ବାରଣ କରାଯାଇଛି।

   ସୂଚନା ଥାଉକି ଗତ ଲଘୁଚାପ ବର୍ଷାରେ ଗୋଖରକୁଦା ଖଲାସୀ ସାହିରେ ବନ୍ୟାଜଳ ଜମିରହିଥିବା ବେଳେ, ଗୋଖରକୁଦା ଓଡ଼ିଆରପି କଲୋନୀ ମଧ୍ୟରେ ବନ୍ୟାଜଳ ପଶି ଆସିଥିଲା। ଅନ୍ୟପଟେ ନିକଟରେ ରହିଥିବା ପାଲୁରୁ ସାହେବ କେନାଲ  ରେ ଜଳସ୍ତର ବୃଦ୍ଧି ପାଇବା ସହ ଗୋଖରକୁଦା ଗ୍ରାମ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ବନ୍ୟାଜଳ ସୁଅ କାଟୁଥିଲା। ପାଳିବନ୍ଧ ପଞ୍ଚାୟତ ବାସୀ ଙ୍କ ପାଇଁ ବର୍ଷା ବିତ୍ପାତ ହେଲେ ଅଧିକ ବିପଦ ରହିବା ସମ୍ଭାବନା ରହିଥିବା ଜଣାପଡିଛି।

ରିପୋର୍ଟ ପ୍ରଦୀପ କୁମାର ସାହୁ।