
ଆସିିକା,୧୭/୯ (ଖିରୋଦ ଚନ୍ଦ୍ର ବେହେରା) : ଆସିକା ଆରିୟାନ ପବ୍ଲିକ ସ୍କୁଲରେ ଭାରତ ସ୍କାଉଟ ଓ ଗାଇଡସର ପ୍ରାକ ରାଜ୍ୟ ପୁରସ୍କାର ପରିକ୍ଷା ଅନୁଷ୍ଠୀତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳକ ଅବନିତ ଗମ୍ଭିର ଉଦଘାଟିତ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ୱାବାଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ମୋଟ ୧୬୮ ଜଣ ସ୍କାଉଟ ଓ ଗାଇଡସ ଯୋଗ ଦେଇଥିଲେ । ଭାଗିରଥି ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।





ଏହି କାର୍ଯ୍ୟକ୍ରମରେ ନଟିଂ ଏଷ୍ଟିମେସନ, ପ୍ରାଥମିକ ଚିକିତ୍ସା, କ୍ୟାମ୍ପସ ସିଗନାଲ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା । ସ୍କାଉଟ ପ୍ରଶିକ୍ଷକ ଭାବେ ରାମହରି ସାହୁ, ଟ୍ରେନିଂ ଗାଇଡ ସ୍ୱପ୍ନା ପାଣିଗ୍ରାହି, ଟ୍ରନିଂ କାଉନସିଲର ବିକ୍ରମ ମହାରଣା, ଭାସ୍କର ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କବିସୂର୍ଯ୍ୟନଗର, ପୋଲସରା, ଜଗମୋହନ, ବଡଚଢିଆପଦା, ଗୋଛାବାଡି, ବୁଢାମ୍ବ, ମଧୁସୁଦନ ପୁର, କଳମ୍ବ, ରାମକୃଷ୍ଣ ଆଦର୍ଶ ପ୍ରମୁଖ ସ୍କୁଲର ଗାଇଡ ମାନେ ଯୋଗ ଦେଇଥିଲେ ।



