
ବାଲିଗୁଡ଼ା,୨୦/୧୦(ଜିଲ୍ଲା ଖବର) : କନ୍ଧମାଳ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଙ୍କ ତତ୍ୱାବଧାନରେ ଫୁଲବାଣୀ ଠାରେ ନବମ ଅଧିବେଶନ ଗୁଗୁଲ୍ ମିଟ୍ ଜରିଆରେ ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚଦଶ କେନ୍ଦ୍ରିୟ ଅର୍ଥ କମିଶନ ଅନୁଦାନର ସୁପାରିଶ୍ ଆଧାରରେ ପଞ୍ଚାୟତିରାଜ ଅନୁଷ୍ଠାନ ତଥା ଜିଲା ପରିଷଦ ନିମନ୍ତେ ମୌଳିକ ଉଦ୍ଦେଶ୍ୟ ସାଧନ ପାଇଁ ପାଣ୍ଠିର ବ୍ୟବହାର ସଂପର୍କରେ ଆଲୋଚନା ହୋଇଥିଲା। ସେହିପରି ରାଜ୍ୟ ପଞ୍ଚମ ଅର୍ଥ କମିଶନଙ୍କ ସୁପାରିଶ୍ ଆଧାରରେ ପଞ୍ଚାୟତିରାଜ ଅନୁଷ୍ଠାନ ତଥା ଜିଲା ପରିଷଦକୁ ଦିଆଯାଇଥିବା ହସ୍ତାନ୍ତର ପାଣ୍ଠିର ବିନିଯୋଗ ସଂପର୍କରେ ମଧ୍ୟ ଆଲୋଚନା କରଯାଇଥିଲା।ଅନୁଷ୍ଠିତ ଗୁଗୁଲ୍ ମିଟରେ କନ୍ଧମାଳ ସଂସାଦ ଡ.ଅଚ୍ୟୁତ ସାମନ୍ତ ଭୁବନେଶ୍ୱରରେ ଥାଇ ତାଙ୍କ ଅଭିଭାଷଣ ରଖିଥିଲେ | ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ତାଙ୍କ ଅଭିଭାଷଣ ରଖିଥିଲେ। ସେହିପରି ଜିଲାପାଳ ଡା.ବୃନ୍ଦା.ଡ଼ି କନ୍ଧମାଳ ଜିଲା ପରିଷଦର ସମସ୍ତ ସଦସ୍ୟ ଓ ସଦସ୍ୟା ଜିଲାର ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ନିଜ ନିଜ କାର୍ଯ୍ୟାଳୟ ରେ ଉପସ୍ଥିତ ରହି ଆଲେଚାନରେ ଅଂଶ ଗ୍ରହଣ କରିଥିଲେ। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲା ପରିଷଦ ସଭାପତି ଓ ଉପସଭାପତି ପ୍ରମୁଖ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଉପସ୍ଥିିତ ରହି ନିଜ ନିଜ ଅଭିଭାଷଣ କରିଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ସମସ୍ତ ଆବଶ୍ୟକ ତଥ୍ୟ ପ୍ରଦାନ କରିଥିବା ବେଳେ ବି.ଡ଼ି.ଓ, ତହସିଲ୍ଦାର ଓ ଅନ୍ୟ ସଭ୍ୟ ସଭ୍ୟା ଓ ଅଧିକାରୀମାନେ ନିଜ ନିଜ କାର୍ଯ୍ୟାଳୟରେ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



