Wednesday, November 11, 2026
Home ଆଞ୍ଚଳିକ ସାପ କାମୁଡ଼ାରେ ମହିଳା ବ୍ରହ୍ମପୁର ସ୍ଥାନାନ୍ତର, ଘରୁ ନାଗ ସାପ ଉଦ୍ଧାର

ସାପ କାମୁଡ଼ାରେ ମହିଳା ବ୍ରହ୍ମପୁର ସ୍ଥାନାନ୍ତର, ଘରୁ ନାଗ ସାପ ଉଦ୍ଧାର

59

ବୁଗୁଡା,୨୦/୧୦(ଜିଲ୍ଲା ଖବର) : ବୁଗୁଡା ଥାନା ଅନ୍ତର୍ଗତ ଚିଲିଖମା ଗ୍ରାମର ଜଣେ ମହିଳାଙ୍କୁ ଅକ୍ଟୋବର ୧୮ ତାରିଖ ବିଳମ୍ବିତ ରାତିରେ ଏକ ନାଗ ସାପ କାମୁଡି ଦେବାରୁ ବୁଗୁଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠା ଯାଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ଚିଲିଖମା ଗ୍ରାମର ସନାତନ ରାଉତଙ୍କ ଧର୍ମପତ୍ନୀ ନମିତା ରାଉତ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତ୍ରରେ ନାଗ ସାପ କାମୁଡି ଦେଇଥଲା। କିଛି ସମୟ ପରେ ନମିତାଙ୍କ ଦେହ ଝିମା ଲାଗିବା ଯୋଗୁଁ ସନ୍ଦେହରେ ଦେଖିଲା ବେଳକୁ ଘରେ ନାଗ ସାପଟିକୁ ଦେଖିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବୁଗୁଡା ମେଡିକାଲକୁ ଆଣିଥିବା ବେଳେ ବୁଗୁଡ଼ାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ। ୧୯ ତାରିଖ ସକାଳେ ବୁଗୁଡା ଥାନା ଅନ୍ତର୍ଗତ ପଙ୍କଳସାହି ଗ୍ରାମର ସାପ ଧରାଳି ଚିଲିଖମା ଗ୍ରାମକୁ ଯାଇ ସନାତନ ରାଉତଙ୍କ ଘରୁ ଏକ କୋଳଥିଆ ନାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ।

ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା ।