Monday, November 16, 2026
Home ଆଞ୍ଚଳିକ କେଶରୀଆ ହିନ୍ଦୁ ବାହିନୀ ଓ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫାଉଣ୍ଡେସନ ତରଫରୁ ମାକ୍ସ ଓ...

କେଶରୀଆ ହିନ୍ଦୁ ବାହିନୀ ଓ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫାଉଣ୍ଡେସନ ତରଫରୁ ମାକ୍ସ ଓ ଅର୍ସୋନିକ ଏଲବୋ-30 ଔଷଧ ବଣ୍ଟନ ସହ କୋରାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

39

ଜଗନ୍ନାଥ ପ୍ରସାଦ,୧୯/୧୦(ଜିଲ୍ଲା ଖବର) : କେଶରୀଆ ହିନ୍ଦୁ ବାହିନୀ ର ଓଡିଶା ପ୍ରଦେଶ ଶିକ୍ଷଣିକ ପ୍ରବନ୍ଧକ ଓ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫାଉଣ୍ଡେସନ ର ସଭାପତି ପଦ୍ମଚରଣ ଦାସ ଓ କେଶରୀଆ ହିନ୍ଦୁ ବାହିନୀ ର ଗଞ୍ଜାମ ଜିଲ୍ଲା ସଚିବ ସୁବ୍ରତ କୁମାର ରଥ ଙ୍କ ଦ୍ୱାରା ଜଗନ୍ନାଥ ପ୍ରସାଦ ବ୍ଲକ ର କଲ୍ୟାଣପୁର,ପ୍ରତାପୁର ଓ ଭଞ୍ଜନଗର ଜୀବନ ବୀମା ନିଗମ ର ମୁଖ୍ୟ କାର୍ଯ୍ୟଳୟ ରେ ମାକ୍ସ ବଣ୍ଟନ ସହ କୋରାନ ମହାମାରୀ କୁ ପ୍ରତିହତ କରି ଇମୁନିଟି ଶକ୍ତି ବଢାଇବା ପାଇଁ ହୋମିଓପ୍ୟାଥିକ ଔଷଧ ଅର୍ସୋନିକ ଏଲବୋ-30 ବଣ୍ଟନ କରା ଯାଇ ସେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାସାୟନିକ ସାର ର ଅପକାର ଓ ଜୈବିକ ସାର ର ଉପକାର ସମ୍ପର୍କରେ ମଧ୍ୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ଜୀବନ ବୀମା ନିଗମ ର ଶାଖା ପରିଚାଳକ ଅନୟ କୁମାର ମହାନ୍ତି,ଓ ଜୀବନ ବୀମା ନିଗମ ର ବସନ୍ତ ସାହୁ,ମନୋରଞ୍ଜନ ମିଶ୍ର,ଦିବାକର ମଲ୍ଲିକ, କେ.ବିଜୟ ଭାସ୍କର,କରୁଣା ନିଧି ପ୍ରଧାନ ସହ ବହୁ କର୍ମଚାରୀ ଯୋଗ ଦେଇଥିଲେ।

ରିପୋର୍ଟ-ନିରାକାର ସାହୁ ।