
ଖୋର୍ଦ୍ଧା,୧୯/୧୦(ଜିଲ୍ଲା ଖବର) : ପାରିବାରିକ ଗଣ୍ଡଗୋଳର କରୁଣ ପରିଣତି..7ଦିନ ତଳେ ବାପା ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ଆଜି ପୁଅ ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଛି..ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧୀନ ମୁଣ୍ଡଳ ଗ୍ରାମରେ..ପାରିବାରିକ ଅଶାନ୍ତି କାରଣରୁ ଗଣେଶ ସେଠୀ ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି.. କିଛିଦିନ ତଳେ ତାଙ୍କ ବାପା ସେଠୀ ବିଷ ପିଇ ଆତ୍ମହତ୍ୟା କରିଥିଲେ…ଘଟଣା ସ୍ଥଳରେ ଏୟାରଫିଲଡ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଛି.. ସେହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ରିପୋର୍ଟ ସଞ୍ଜୀବ କୁମାର ।



