
ଜଟଣୀ,୧୯/୧୦(ଜିଲ୍ଲା ଖବର) : ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁଣି ଜଟଣୀ ସହରରେ ଗର୍ଜିଲା ବୋମାମାତର କରାଳ ଶବ୍ଦ । ରାସ୍ତାରେ ବୋଲେରୋ ଗାଡ଼ିରୁ ଛିଟିକିଥିବା ନମାପାଣିରୁ ଶେଷରେ ଘର ଉପରେ ପଡିଲା ୬ଟି ସୁତୁଲି ବୋମା । ଏଥିରେ ୨ ଜଣ ଆହତ ହୋଇଥିବା ସହିତ ଘରର କାନ୍ତି ଭାଙ୍ଗିପଡିଯାଇଥିବା ବେଳେ ଆଜବେଷ୍ଟସ ଉଡ଼ିଯାଇଛି । ଏନେଇ ଥାନରେ ଅଭିଯୋଗ ହୋଇଛି । ସୂଚନାନୁସାରେ, ଜଟଣୀଥାନା ଅନ୍ତର୍ଗତ ମୁଣ୍ଡିଆସାହିର ରବିନ୍ଦ୍ର କୁମାର ପ୍ରଧାନଙ୍କ ଘର ଉପରକୁ ରବିବାର ଅପରାହ୍ନରେ ଜଣେ ବ୍ୟକ୍ତ ୬ଟି ବୋମାମାଡ କରିଥିଲା । ଏଥିରେ ରବିନ୍ଦ୍ରଙ୍କ ଘରର କାନୁ ଭାଙ୍ଗିଯିବା ସହିତ ଆଜବେଷ୍ଟସ ଉଡ଼ିଯାଇଥିଲା । ମାତ୍ର ପଡୋଶୀ ଘର ସମୁଖରେ ଛିଡା ହୋଇଥିବା ରୀନା ପ୍ରଧାନ ଏବଂ ନରେଶ ଦାସ ଦୁହେଁ ଆହାତ ହୋଇଯାଇଥିଲେ । ତେବେ ଏନେଇ ତାକୁ ଚିକିସାଲାଇଁ ଜଟଣୀ ଗୋଷ୍ଟମାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ଏନେଇ ରବିନ୍ଦ୍ର ଜଟଣୀ ଥାନାରେ ଅଭିଯୋଗ ।
ରିପୋର୍ଟ ସଞ୍ଜୀବ କୁମାର ।





