Home ଆଞ୍ଚଳିକ ପୂର୍ବ ଶତୃତାରୁ ଅମାନବୀୟ କାଣ୍ଡ ବାହାରୁ ବନ୍ଦ କରି ଘରେ ନିଆଁ ଲଗାଇଦେଲେ

ପୂର୍ବ ଶତୃତାରୁ ଅମାନବୀୟ କାଣ୍ଡ ବାହାରୁ ବନ୍ଦ କରି ଘରେ ନିଆଁ ଲଗାଇଦେଲେ

51

ଜଟଣୀ,୧୯/୧୦(ଜିଲ୍ଲା ଖବର) : ଜଟଣୀରେ କିଛି ଦୁର୍ବତ୍ତଙ୍କ ଅମାନବୀୟ ଘଟଣା ଲୋକଙ୍କୁ ଭୟଭୀତ କରିଦେଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଦୁରମାନେ ବିଳମ୍ବିତ ରାତିରେ ଏକ ଘରର କବାଟ ବାହାରପଟୁ ବନ୍ଦ କରି ନିଆଁ ଲଗାଇଦେଇଥିଲେ । ଫଳରେ ସେହି ଘରେ ଶୋଇଥିବା ୪ଜଣଙ୍କ ମଧ୍ୟ ଦୁଇଜଣ ଶିଶୁ ଚେତାଶୂନ୍ୟ ହୋଇପଡ଼ିଥିଲେ। ସୂଚନାନୁସାରେ, ଜଟଣୀ ଥାନା ତରାବୋଇ ପଞ୍ଚାୟତ ନୂଆସାହିର ରଘୁନାଥ ତାଡ଼, ପତ୍ନୀ ପିଙ୍କିନା ତାଡ଼ ଓ ତାଙ୍କର ୬ ଏବଂ ୮ବର୍ଷର ୨ ଶିଶୁ ଶୋଇଥିଲେ । ପୂର୍ବ ଶତ୍ରୁତା କାରଣରୁ କିଛି ଦୁଭ କବାଟ ବାହାରପଟୁ ବନ୍ଦକରି ରାତି ସାଢେ ୧ଟା ବେଳେ ନିଆଁ ଲଗାଇଦେଇଥିଲେ । ରଘୁନାଥ ନିଦରୁ ଉଠି ଘରର ଲାଇଟ୍ ଜଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଘର ଧୂଆଁମୟ ହୋଇଯାଇଥିବାରୁ କିଛି ଦେଖାଯାଇନଥିଲା । ଫଳରେ ପ୍ରାଣ ବିକଳରେ ପଡୋଶୀ ଡାକପକାଇଥିଲେ। ପାଟି ଶୁଣି ଲୋକଙ୍କୁ ପଡ଼ୋଶୀ ଘରର ଜଣେ ବ୍ୟକ୍ତି ଆସି କବାଟ ଖୋଲିଲା । ବେଳକୁ ଦୁଇ ଶିଶୁ ଚେତାଶୂନ୍ୟ । ହୋଇଯାଇଥିଲେ । ଗାଁ ଲୋକେ ନିଆଁ । ଲିଭାଇବାକୁ ଚେଷ୍ଟା କରିଥିଲାବେଳେ ତାହା । ସମ୍ଭବ ହୋଇନଥିଲା । ଜଟଣୀ ଅଗ୍ନିଶମ
ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଲିଭାଇଥିଲେ । ପୂର୍ବ ଶତୃତାରୁ ଦୁର୍ବୁତ୍ତମାନେ ରଘୁନାଥ ଅଭିଯୋଗ କରିଥିଲେ । ୪ଜଣଙ୍କ ନେଇ ଯାଇଥିବାବେଳେ ପୁଲିସ ଏତଲା ଏହି କାଣ୍ଡ କରିଥିବା ଜଟଣୀ ଥାନାରେ ନାମ ମଧ୍ୟ ଉଲ୍ଲେଖ କରିଥିଲେ । ଅନ୍ୟପକ୍ଷରେ ରଘୁନାଥଙ୍କ ପତ୍ନୀ ପିଙ୍କିନା ଭୋର ସମୟରେ ଜଟଣୀ ଥାନାକୁ ଏତଲାରଖିବା ପରିବର୍ତ୍ତେ ପିଙ୍କିନାଙ୍କୁ ମହ୍ନ ସାଢେ ୧ଟା ପର୍ଯ୍ୟନ୍ତ ଅଟକ ରଖି ନିଜେ ନିଆଁଲଗାଇ ଦେଇଛି ବୋଲି କହିଥିଲେ । ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଆମ୍ଭେ କିପରି ବାହାରୁ କବାଟ ବନ୍ଦ କରିଲୁ ବୋଲି ପ୍ରଶ୍ନ କରିଥିଲେ ହେଁ ପୁଲିସ କୌଣସି କଥା ଶୁଣିନଥିଲା । ତେବେ ଏ ନେଇ କେତେକ ଗଣମାଧ୍ୟମ ପ୍ରତିନିଧ୍ୟ ପୁଲିସକୁ ପଚାରିବା ପରେ ଦିର୍ଘ ସମୟପରେ ପୁଲିସ ଏତଲା ରଖିଥିଲା । ହେଲେ ଏତଲାର କପି ଦେଇନଥିଲା । ଏହି ଘଟଣାର ତଦନ୍ତ କରି ଦୂତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ନେଇ ପୁଲିସକୁ ପଚାରିବାରେ ପୁଲିସ କହିଛି ଯେ ଆମେ ଏତଲା ରଖିଛୁ, ତଦନ୍ତ ପରେ ଯାହା ପଦକ୍ଷେପ ନିଆଯିବ ।

ରିପୋର୍ଟ ସଞ୍ଜୀବ କୁମାର ।