
ଗଂଜାମ,୧୮/୧୦ (ଜ଼ୀଲ୍ଲା ଖବର) : ଖଲ୍ଲିକୋଟ ବ୍ଲକ ରେ କରୋନା ସଂକ୍ରମଣ ଭୟ ରେ ଜୀବିକା କୁ ଛାଡି ଜୀବନ ବଂଚିବା ପାଇଁ ଭିଟାମାଟି କୁ ଫେରିଥିଲେ ଖଲ୍ଲିକୋଟ ବ୍ଲକ ର ହଜାର ହଜାର ପ୍ରବାସୀ ଓଡ଼ିଆ ଭିଟାମାଟି ରେ କାମ ନ ମିଳିବାରୁ କରୋନା ସଂକ୍ରମଣ କୁ ଖାତିର ନ କରି ପେଟ ବିକଳ ରେ ପ୍ରବାସୀ ଓଡ଼ିଆ ମାନେ ସୁରଟ , ବମ୍ବେ , କେରଳ , ଚେନ୍ନାଇ ଜୀବିକା ସନ୍ଧାନ ରେ ଫେରିବାକୁ ବାଧ୍ୟ ହେଇଛନ୍ତି । ଏହିପରି ଯିବା ଆସିବା ଭିତରେ ପ୍ରବାସୀ ଓଡ଼ିଆ ମାନଙ୍କର ଠିକଣା ଖୋଜା ଚାଲୁଥିବା ବେଳେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ପଂଚାୟତ ର ଜଣେ ପ୍ରବାସୀ ଓଡ଼ିଆ ଲକଡାଉନ ଯୋଗୁଁ ସୁଦୂର ଚେନ୍ନାଇ ରୁ ନିଜ ଭିଟାମାଟି କୁ ଫେରି ନପାରି ରୋଗ ଗ୍ରସ୍ଥ ହୋଇପଡିଲେ । ଗତ ଏକ ବର୍ଷ ତଳେ ଶ୍ରୀକୃଷ୍ଣ ଶରଣପୁର ପଂଚାୟତ ର ଲୋଙ୍ଘର ଗ୍ରାମର ସତ୍ୟ ତରେଇ ଙ୍କ ପୁଅ ବଳରାମ ତରେଇ , (୨୭) ବର୍ଷ ଜଣେ ଦାଦନ ଠିକାଦାର ଙ୍କ ସହ କାମ କରିବା ପାଇଁ ଚେନ୍ନାଇ ର କୋଇମ୍ବାଟୁର କୁ ଯାଇଥିଲେ । ସେଠାରେ ୬ ମାସ କାମ କଲା ପରେ ହଠାତ ପ୍ରବଳ ଜ୍ୱର ହୋଇଥିଲା । ତେବେ ସେଠାକାର ମେଡିକାଲ ରେ ଚିକିତ୍ସା ହେବାପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଇତିମଧ୍ୟରେ ଲକ ଡାଉନ ଘୋଷଣା ହେବା ପରେ ବଳରାମ ବୋହୁ ଚେଷ୍ଟା ସତ୍ୱେ ଘରକୁ ଫେରିପାରିନଥିଲେ । ଦୀର୍ଘ ୬ ମାସ ଧରି ରୋଗଗ୍ରସ୍ତ ହୋଇ ସଢ଼ିଥିଲେ ମଧ୍ୟ ସେ ଭିଟାମାଟି କୁ ଫେରିପାରି ନଥିଲେ । ବୋହୁ କଷ୍ଟ ରେ ଘରକୁ ଫେରିବା ପରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ପରେ କଟକ ବଡମେଡିକାଲ ରେ ଚିକିତ୍ସା କରାଇ ବିଫଳ ହୋଇ ଗାଁ କୁ ଫେରିଥିଲେ । ଗ୍ରାମବାସୀ ବନ୍ଧୁବାନ୍ଧବ ପ୍ରଭୁତି ଆର୍ଥିକ ସହାୟତା ଯୋଗାଇଥିଲେ ମଧ୍ୟ ସୁସ୍ଥ ହୋଇପାରିଲେ ନାହିଁ । ଡାକ୍ତର ଙ୍କ ପରାମର୍ଶ ଅନୁଯାଇ ତାଙ୍କର ହୃଦଜନିତ ସମସ୍ୟା ରହିଛି । ତେଣୁ ଅପରେସନ ପାଇଁ ୩ ଲକ୍ଷ ଟଙ୍କା ଆବଶ୍ୟକ ପଡିବ ବୋଲି କହିବା ପରେ ବାପା ସତ୍ୟ ତରେଇ , ମା ରେଖୀ ତରେଇ ହତାବକ ହେବା ସହ ପାଦତଳୁ ମାଟି ଖସିଯାଇଥିଲା । ଏଣେ ଦାରିଦ୍ର୍ୟ ର କସାଘାତ ସାଙ୍ଗକୁ ରୋଜଗାରିଆ ଭେଣ୍ଡିଆ ପୁଅ ର ଅବସ୍ଥା ତାଙ୍କୁ ବିଚଳିତ କରିଦେଇଛି । ତେବେ ଚିକିତ୍ସା ପାଇଁ ସମ୍ବଳ ନଥିବା ଯୋଗୁଁ ରୋଗଗ୍ରସ୍ଥ ଭେଣ୍ଡିଆ ପୁଅ କୁ ଘରେ ପକାଇ ରୋଗ ଶଯ୍ୟା ନିକଟ ରେ ଲୁହ ଗଡାଉଛନ୍ତି । ଏପରି ସ୍ଥଳେ ବଡପୁଅ ଜଗନ୍ନାଥ ତରେଇ ର ସ୍ତ୍ରୀ ପିଙ୍କି ତରେଇ କର୍କଟ ରୋଗଗ୍ରସ୍ତ ହୋଇ ଦୁର୍ଦଶା ମଧ୍ୟରେ କାଳାତିପାତ କରୁଛି । ଏପରି ସ୍ଥଳେ ରାଜ୍ୟ ସରକାର ଙ୍କ ଠାରୁ ସହାୟତା ପାଇଁ ବାରମ୍ଵାର ନିବେଦନ କରୁଥିଲେ ମଧ୍ୟ ଏଯାବତ କୌଣସି ସହାୟତା ର ହାତ ମିଳିନାହିଁ । ତେବେ ଦିନକୁଦିନ ବଳରାମ ର ସ୍ୱାସ୍ଥ୍ୟ ଅବନତି ଆଡକୁ ଗତିକରିବା ସହ ଘରେ ପଡ଼ିରହି ମୃତୁ ସହ ସଂଗ୍ରାମ କରୁଛି । ଏଣେ ଗଣମାଧ୍ୟମ ଜରିଆ ରେ ବୃଦ୍ଧ ପିତା ସତ୍ୟ ତରେଇ ଓ ମା ରେଖୀ ତରେଇ ସହାୟତା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଗଂଜାମ ଜିଲ୍ଲାପାଳ ଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି । ବର୍ତ୍ତମାନ ପରିବାର ପେଟପାଟଣା ମେଣ୍ଟାଇବା ପାଇଁ ଚେନ୍ନାଇ ଯାଇଥିବା ରୋଜଗାରିଆ ପୁଅ ବାପାମା ଙ୍କ ଉପରେ ବୋଝେପାଲଟିଚି ।
ରିପୋର୍ଟ ପ୍ରଦୀପ କୁମାର ସାହୁ ।


