Monday, November 16, 2026
Home ଆଞ୍ଚଳିକ ଜୟମଙ୍ଗଳ କେନାଲ ଓ ଜଳ ଘେରି ରେ ରହିଥିବା ଚାଷ ଜମିକୁ ବୁଲି ଦେଖିଲେ ଜଳ...

ଜୟମଙ୍ଗଳ କେନାଲ ଓ ଜଳ ଘେରି ରେ ରହିଥିବା ଚାଷ ଜମିକୁ ବୁଲି ଦେଖିଲେ ଜଳ ସେଚନ ବିଭାଗ ଚିଫ୍ ଇଂଜିନିୟର

19

ଛତ୍ରପୁର ,୧୮/୧୦ (ଜ଼ିଲ୍ଲା ଖବର) : ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ବ୍ଲକ ବଡମାଧପୁର ଗ୍ରାମ ପଂଚାୟତ ଅଧୀନସ୍ଥ ବରଙ୍ଗ ଆଖପାଖ ଗାଁ ର ଶହ ଶହ ଏକର ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ରବିବାର ଜଳ ସେଚନ ବିଭାଗର ଚିଫ୍ ଇଂଜିନିୟର ଲଡୁ କିଶୋର ସାବତ,ସୁପରିଟେଣ୍ଡେଣ୍ଟ ଇଂଜିନିୟର ଏବଂ ପୋଟ୍ଟଲାମପୁର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ରାଉତରାୟ ପ୍ରମୂଖ ଏକ ଟିମ୍ ବର୍ଷା ପାଣି ଘେର ରେ ରହିଥିବା ଚାଷ ଜମି ଗୁଡିକ ପରିଦର୍ଶନ କରି ଅନୁଧ୍ୟାନ କରିଛି ଏହି ଟିମ l ଜୟମଙ୍ଗଳ କେନାଲ ଓ ଏହାକୁ ସଂଲଗ୍ନ ହୋଇଥିବା ବିଭିନ୍ନ ଗ୍ରାମ ଗୁଡିକୁ ଏହି ଟିମ୍ ପରିଦର୍ଶନ କରି ବର୍ତମାନ ବର୍ଷା ପାଣି ରହିଥିବା ଚାଷ ଜମି ରୁ କିପରି ନିଷ୍କାସନ ହେବ ଏହାର ସୁବ୍ୟବସ୍ଥା କରିବା ନିମନ୍ତେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଚାଷୀଙ୍କ ହିତ ନିମନ୍ତେ ଜୟମଙ୍ଗଳ କେନାଲର ସୁବ୍ୟବସ୍ଥା ପାଇଁ ଜଳସେଚନ ବିଭାଗର ଚିଫ୍ ଇଂଜିନିୟର ଶ୍ରୀ ସାବତଙ୍କ ନେତୃତ୍ୱରେ ଏକ ମାଷ୍ଟରପ୍ଲାନ କରାଯାଇ ବିଭାଗୀୟ କାର୍ଯ୍ୟାଳୟକୁ ପଠାଯାଇଛି । ଜୟ ମଙ୍ଗଳ କେନାଲ କୁ ସବୁଆଡ଼ ବର୍ଷା ପାଣି ଚଳିତ ଅଧିକା ଆସିଥିବା ରୁ ପାଣି ଏହାକୁ ସଂଲଗ୍ନ ରହିଥିବା ଚାଷ ଜମି ବର୍ଷା ଜଳ ରେ ଜଳ ମଗ୍ନ ହୋଇଥିବା ଦେଖିବାକୁ ମିଳିଥିଲା l ଯାହାଫଳ ରେ ଚାଷୀ ସେମାନଙ୍କ ଫସଲ ନଷ୍ଟ ହେବାର ଆଶଙ୍କା ରହିଥିବା ରୁ ଭୟଭୀତ ଅବସ୍ଥା ରେ ରହିଛନ୍ତି l

ରିପୋର୍ଟ କିଶୋର ଚନ୍ଦ୍ର ମହାନ୍ତି ।