
ଛତ୍ରପୁର ,୧୮/୧୦ (ଜ଼ିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଏନଏସି ପକ୍ଷରୁ ଏନଏସି ର ପରିମଳ କର୍ମଚାରୀ ମାନେ ଘର କୁ ଘର ଯାଇ ବର୍ଜବସ୍ତୁ ସଂଗ୍ରହ କରି ଆସୁଛନ୍ତି । ଏହା ସହିତ ନିୟମିତ ରାତ୍ର ଓ ଦିନରେ ସଫା ପରିମଳ ସୁତୁରା କାର୍ଯ୍ୟ ଚାଲିଛି । ଏହାକୁ ତଦାରଖ କରୁଛନ୍ତି ସ୍ୱଚ୍ଛସାଥୀ ଠାରୁ ଆରମ୍ଭ କରି ୱାର୍ଡ ଲେଭେଲ ଅଫିସର ଏବଂ ଏନଏସି କାର୍ଯ୍ୟ ନିର୍ବାହୀ ଅଧୀକାରୀ । ଏହି ପରିପ୍ରେକ୍ଷୀରେ ଘରୋଇ ବର୍ଜବସ୍ତୁ କୁ ସୁଖୀଲା ଏବଂ ଓଦା ବର୍ଜ୍ୟରେ ବିଭକ୍ତ କରାଯିବା ସହିତ ପୃଥକ ପୃଥକ ପରିମଳ ସଂଗ୍ରହ କରୁଥିବା ଗାଡିରେ ପକାଇବା ନିମନ୍ତେ ଲୋକଙ୍କୁ ସଚେତନ କରାଯାଉଛି । ପରିମଳ ହେଉଛି ସମସ୍ତଙ୍କର ଦାୟିତ୍ୱ । ତେଣୁ ଏନଏସି ପକ୍ଷରୁ ସଚେତନତା କରାଯିବା ସହ ଲୋକମାନଙ୍କ ଠାରୁ ପୃଥକ ପୃଥକ ଭାବେ ଓଦା ଓ ଶୁଖୀଲା ବର୍ଜବସ୍ତୁକୁ ସଂଗ୍ରହ କରାଯାଉଛି ବୋଲି ଟୁଇଟ ଯୋଗେ ଏନଏସି ପକ୍ଷରୁ ସୂଚନା ମିଳିଛି l
ରିପୋର୍ଟ କିଶୋର ଚନ୍ଦ୍ର ମହାନ୍ତି ।


