
ଛତ୍ରପୁର ,୧୮/୧୦ (ଜିଲ୍ଲା ଖବର) : ଆଜି ସଂନ୍ଧ୍ୟା ୪ଟା ସମୟରେ ତୋଟାପଲ୍ଲୀ ସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ମଜଦୁର ସଂଘ ର କୋଷାଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ନେତୃତ୍ୱରେ ଭାରତୀୟ ବିରଳ ମୃତ୍ତିକାର ଦିବଂଗତ ଶ୍ରମିକ ପରିବାରଙ୍କ ସହିତ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ମୃତ ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ନେତ୍ରା ସାହୁ,ଅବନୀକାନ୍ତ ସାହୁ,ତପନ ପାଢି,ନୃସିଂହ ଗୌଡ,ରାଜେନ୍ଦ୍ର ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ କିଶୋର ଚନ୍ଦ୍ର ମହାନ୍ତି ।


