
ଗଞ୍ଜାମ,୧୮/୧୦ (ଜିଲ୍ଲା ଖବର) : ଗଞ୍ଜାମ ବ୍ଲକ ର ପାଳିବନ୍ଧପଞ୍ଚାୟତ ର କଣ୍ଟିଆଗଡ଼ ଗ୍ରାମ ନିକଟସ୍ଥ ସମୁଦ୍ର କୁଳ ରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ର ପୁନରୁଦ୍ଧାର କାର୍ଯ୍ୟ ଶେଷରେ ସ୍ଥାନୀୟ 6 ଗୋଟି ଗ୍ରାମବାସୀ ହାତ କୁ ନେଇଥିବା ଦେଖିବାକୁ ମିଳିଛି।
ରାଜ୍ୟସରକାର ଙ୍କ ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ(ଆଇ ସି ଜେଡ ଏମ ପି) ପକ୍ଷରୁ ଉକ୍ତ ମନ୍ଦିରର ଉନ୍ନୟନ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ 2013 ମସିହାରୁ ତିନି ପାର୍ଶ୍ୱରେ ପାଉଛ କରି ଦେଇ ଅଧଃପାନ୍ତରିଆ ଭାବେ ଛାଡ଼ିଦେଇଥିଲେ।ଏ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଉନ୍ନୟନ କାର୍ଯ୍ୟକୁ ପୁନଃ ଆରମ୍ଭ କରିବାକୁ ବ୍ଲକ ପ୍ରଶାସନ,ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ କର୍ତ୍ୟୁପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।
ସୂଚନା ଯୋଗ୍ୟ କାର୍ତ୍ତିକ ମାସ,ଶ୍ରବଣ ମାସରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମୁଥିବା ବେଳେ ଅନ୍ୟଦିନ ମାନଙ୍କରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଏଠାକାର ପ୍ରାକୃତିକ ପରିବେଶ ଏବଂ ଠାକୁର ଙ୍କ ମହିମା ଶ୍ରଦ୍ଧାଳୁ ମାନଙ୍କୁ ଏଠାକୁ ଟାଣି ଆଣିଥାଏ। ହେଲେ ବିଭାଗୀୟ କର୍ତ୍ୟୁପକ୍ଷ ମନ୍ଦିର ର ତିନି ପାର୍ଶ୍ୱରେ ପାଉଛ ନିର୍ମାଣ କରି ଛାଡ଼ିଦେଇଥିବାରୁ ବାଧ୍ୟ ହୋଇ ଖଟିଆ କୁଦା,କଣ୍ଟିଆଗଡ଼, ଗୋଖର କୁଦା,ମୟୁରପଦା,ପୋଡମ ପେଟା,ନିଳାଦ୍ରୀପୁର ପ୍ରମୁଖ 6 ଖଣ୍ଡ ଗ୍ରାମବାସୀଙ୍କୁ ମନ୍ଦିର ପରିଚାଳନା କମିଟି ନିଷ୍ପତିକ୍ରମେ ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ସହଯୋଗ ମଗାଯାଇଛି।ପଶ୍ଚିମା ମୁଖୀ ଶୈବପୀଠ ଚତୁର୍ପାଶ୍ୱରେ ଝାଉଁ ଓ କାଜୁ ଜଙ୍ଗଲ ଘେରି ରହିଥିବା ବେଳେ ନିକଟରେ ରହିଥିବା ମହୋଦଧି କୂଳରେ ରେ ପର୍ଯ୍ୟଟକ ମାନେ ମଜା ଉଠାଇଥାନ୍ତି।କାର୍ତ୍ତିକ ପୂର୍ଣ୍ଣମୀ ବାଲି ଯାତ୍ରା ଦୁଇଦିନ ଧରି ଏଠାରେ ଆୟୋଜିତ ହେଉଥିବା ବେଳେ ଶୀତଳ ଷଷ୍ଟି ଆୟୋଜିତ ହୋଇଥାଏ।ଫଳରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ଜମିଥାଏ।
ବୟୋଜ୍ୟେଷ୍ଠ ଙ୍କ କହିବା ଅନୁଯାୟୀ ଶୈବପୀଠଟି ଶ୍ରୀ ରାମ ପୂଜିତ ମନ୍ଦିର ଅଟେ। କୋବିଡ଼ କଟକଣା ଫଳରେ ମନ୍ଦିର କୁ ଶ୍ରଦ୍ଧାଳୁ ଙ୍କ ସଂଖ୍ୟା ଆସିବା ହ୍ରାସ ପାଇଛି।ତଥାପି ଅଧ ପାନ୍ତରିଆ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଓ ପର୍ଯ୍ୟଟକ ମାନଙ୍କରେ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି ।ଯାହାକୁ ନେଇ ବାଧ୍ୟହୋଇ ସ୍ଥାନୀୟ 6 ଖଣ୍ଡ ଗ୍ରାମବାସୀ ମନ୍ଦିର ଉନ୍ନୟନ କାର୍ଯ୍ୟ ହାତକୁ ନେଇଛନ୍ତି।
ରିପୋର୍ଟ ପ୍ରଦୀପ କୁମାର ସାହୁ ।


