
ଗଞ୍ଜାମ,୧୮/୧୦ (ଜିଲ୍ଲା ଖବର) : ଗଞ୍ଜାମ ସହରସ୍ଥିତ ଦୁର୍ଗା ଦେବୀ ସାହି ସ୍ଥିତ ମା ଦୁର୍ଗା ଙ୍କ ଶକ୍ତି ପୀଠରେ ଶାରଦୀୟ ନବରାତ୍ର ପୂଜା ଆରମ୍ଭ ହୋଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣା କୁ ନେଇ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ପରିସରକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବାରଣ କରାଯାଇଛି।ମନ୍ଦିର ପୂଜକ ମାଙ୍କ ପାରମ୍ପାରିକ ରୀତି ନୀତି ଅନୁଯାଇ ପୁଜାର୍ଚନା କରୁଥିବା ଦେଖିବାକୁ ମିଳିଛି। ମା ଦଶହରା ପର୍ଯ୍ୟନ୍ତ ବିଭିନ୍ନ ରୂପରେ ଆବିର୍ଭାବ ହେବେ। ସେହିପରି କରପଡା ପଞ୍ଚାୟତରେ ରାମଚଣ୍ଡୀ ଶକ୍ତି ପୀଠ,ଗଞ୍ଜାମ ସହର ମା ବୁଢ଼ୀ ଠାକୁରାଣୀ,ପୋଲକାଶୁଣି,ସାତଭଉଣୀ,ଦଣ୍ଡକାଳୀ ଏପରିକି ଗଞ୍ଜାମ ସହରାଞ୍ଚଳ ସମେତ ଗଞ୍ଜାମ ବ୍ଲକ ଅଞ୍ଚଳ ରେ ରହିଥିବା ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ନିରାଡ଼ମ୍ବର ସହକାରେ ନବରାତ୍ର ପୂଜା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।
ରିପୋର୍ଟ ପ୍ରଦୀପ କୁମାର ସାହୁ।


