
ଗଞ୍ଜାମ,୧୮/୧୦ (ଜିଲ୍ଲା ଖବର) : ଗଞ୍ଜାମ ସହର ଆଖଡାବନ୍ଧ ସାହି ସ୍ଥିତ ବାଳିକା ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ଭୟା କଢି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସି ଡି ପି ଓ ସଲୀଳା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଲ୍ୟବିବାହ ର ଅପକାରିତା ସମ୍ପର୍କରେ ମତବ୍ୟକ୍ତ କରିବା ସହ କିଶୋରୀ ବାଳିକା ମାନଙ୍କ ବ୍ୟକ୍ତିଗତ ସ୍ଵଛତା ଓ ସ୍ବାସ୍ଥ୍ୟ ସୁରକ୍ଷା ସମ୍ବନ୍ଧ ରେ ଉପସ୍ଥିତ ଥିବା ମହିଳା ମାନଙ୍କୁ ପରାମର୍ଶ୍ୱ ଦେଇଥିଲେ।ସମ୍ମାନୀୟ ଅତିଥି ଭାବେ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ରେଣୁପ୍ରଭା ଦେବୀ ଯୋଗ ଦେଇଥିବା ବେଳେ ଅଙ୍ଗନବାଡି କର୍ମୀ ବବିତା ସେଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। କନ୍ୟା ମାନଙ୍କୁ ପୁଅ ମାନଙ୍କ ପରି ଭଲ ପାଇବା ସହ ସମାଜରେ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ଏବଂ କନ୍ୟା ଭ୍ରୁଣ ହତ୍ୟା ନ କରି ସେମାନଙ୍କୁ ଜନ୍ମ ଦେବା ନେଇ ଶପଥ ପାଠ କରାଯାଇ ଶୋଭାଯାତ୍ରା ପରିକ୍ରମା କରାଯାଇଥିଲା। 1,2,3 ଓ 4 ନମ୍ବର ୱାର୍ଡ ଅଙ୍ଗନବାଡି ସହାୟିକା ,କିଶୋରୀ ବାଳିକା ଓ ସ୍ଥାନୀୟ ମହିଳା ମାନେ ଉପସ୍ଥିତ ଥିଲେ।ଧରିତ୍ରୀ ଦାଶ, ମମତା ଦାଶ,ପ୍ରମିଳା କୁମାରୀ ନାୟକ ପ୍ରମୁଖ ଅଙ୍ଗନବାଡି କାର୍ମୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ରିପୋର୍ଟ ପ୍ରଦୀପ କୁମାର ସାହୁ।


