
ବାଲିଗୁଡା,୧୮/୧୦{ ଜ଼ିଲ୍ଲା ଖବର } : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଓ ତାଙ୍କ ଟିମ ଗତକାଲି ମାସିର ପଡ଼ା ଛକରେ ପେଟ୍ରୋଲିଙ୍ଗକରୁଥିବା ସମୟରେ 2 ଟି ମୋଟର ସାଇକଲରେ ସାଡ଼ିଙ୍ଗିଆ ପଟୁ ଆସୁଥିବା ବେଳେ ପୋଲିସ ସେମାନଙ୍କ ଠାରୁ 102 କେଜି 600 ଗ୍ରାମ ଗଂଜେଇ ଯବତ କରି ୪ ଜଣକୁ ଗିରଫ କରିଥିଲେ | ଗିରଫ ୪ ଜଣ ହେଲେ 1.ରାଜକିଶୋର ସାହୁ, ଗ୍ରାମ – ଚରଗଣିଆ 2.ନୀଳମଣି ଲୁହ, ଗ୍ରାମ -ପଢେଲ ଥାନା -ପାଟଣାଗଡ 3.ଟୁଟୁ ତାଣ୍ଡି, ଗ୍ରାମ -ଚରଗଣିଆ 4. ସଚିତ ତାଣ୍ଡି ଗ୍ରାମ -ଚରଗଣିଆ, ସେମାନଙ୍କ ପାଖରୁ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି | ଗାଡିର ନମ୍ବର OD 03 P 4381ଥିଲାବେଳେ ଅନ୍ୟଟି ନମ୍ବର ବିହୀନ ପଲସର ମୋଟର ସାଇକେଲ ବୋଲି ଜଣା ପଡିଛି | ଫିରିଙ୍ଗିଆ ପୋଲିସ କେଶ ନମ୍ବର 85 /20 ରେ ମାମଲା ୠଜୁକରି ତଦନ୍ତ ଆରମ୍ଭ କରିଛି l
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।



