
ଆସିକା,୧୭/୧୦(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ପଂଚାୟତ ସମିତି ଠାରେ ବାତ୍ୟା ମୁକାବିଲା ନେଇ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏଇ ପ୍ରସ୍ତୁତି ବୈଠକରେ ତହସିଲଦାର ସଦାନନ୍ଦ ସେଠୀ, ବିଡ଼ିଓ ରୋଶନ ଶତପଥି , ଦିଗାମ୍ବର ନାୟକ, ପି. ଏ କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ରହି ବାତ୍ୟା ପୂର୍ବ ପ୍ରସ୍ତୁତିକୁ
ନେଇ ଆଲୋଚନା କରିଥିଲେ l ଆଗାମୀ ୪୮ ଘଣ୍ଟାରେ ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାଇକ୍ଲୋନ ପ୍ରଭାବରେ ବଙ୍ଗୋପସାଗରର ମଧ୍ୟଭାଗରେ ଅକ୍ଟୋବର ୧୯ ତାରିଖରେ ଏକ ନୂତନ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ, ଦକ୍ଷିଣ ଉପକୂଳ ଏବଂ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଆସନ୍ତା ୪୮ଘଣ୍ଟା ମଧ୍ୟରେ ଅକ୍ଟୋବର ୧୯ ରୁ ୨୧ ପଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଯାହାକୁ ନେଇ ବାତ୍ୟା ଓ ବନ୍ୟାର ଭୟ ଲାଗି ରହିଥିବା ବେଳେ ଆସିକା ତହସିଲଦାର ଓ ବିଡ଼ିଓଙ୍କ ଉପସ୍ଥିତରେ ବାତ୍ୟା ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଆଲୋଚନା କରାଯାଇଛି l ଏହି ବୈଠକରେ ବାତ୍ୟାର ମୁକାବିଲା ସହ ଆବଶ୍ୟକ ଜରୁରୀ ସମାନ ଗଛିତ ରଖା ଯିବାକୁ ନେଇ ଗୁରୁତ୍ୱ ଆଲୋଚନା କରା ଯାଇଛି l


