
ଆସିକା,୧୭/୧୦(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ସ୍ଥିତ ରଘୁନାଥ ଲଡଜ୍ ସାମ୍ନାରେ କୋଭିଡ୍ ନିୟମକୁ ଉଲ୍ଲଘଂନ କରି ଆଜି ଶୁଭ ଉଦଘାଟନ ହୋଇଥିବା କୋଲକତା ଫେସନ୍ ବଜାରକୁ ଅନିଦ୍ଧିଷ୍ଟ କାଳପାଇଁ ବନ୍ଦ କଲା ଆସିକା ପୋଲିସ ପ୍ରଶାସନ। ମହଲର ପାର୍କିଂ ବ୍ୟବସ୍ଥା ନଥିବାରୁ ନାହିଁ ନଥିବା ଜନ ଗହଳି ପରିଲକ୍ଷିତ ହୋଇଥିଲା। ଫଳରେ ଆସିକା ଅଞ୍ଚଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ଆସିକା ପୋଲିସ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା l ଯାହାଫଳରେ କୋଭିଡ କଟକଣା ଓ ପାର୍କିଂ ଅବ୍ୟବସ୍ଥାକୁ କେନ୍ଦ୍ରକରି ମଲ୍ ଟିକୁ ଅନିଦ୍ଧିଷ୍ଟ କାଳପାଇଁ ବନ୍ଦ କରାଯାଇଛି। ଅପର ପକ୍ଷରେ ବିନା ପରାମର୍ଶରେ କୋଲକାତା ଫେସନ୍ ବଜାର ଦ୍ୱାରା ନିୟୋଜିତ ପଚାର ଗାଡି ସହରର ଗଲିକନ୍ଦି ବୁଲି ପଚାର ପ୍ରସାର କରୁଥିବାରୁ ଶବ୍ଦ ପ୍ରଦୂଷଣକୁ ଧ୍ୟାନରେ ରଖି ପଚାର ଗାଡିକୁ ମଧ୍ୟ ଜବତ କରାଯାଇଛି । କୋଲକତା ଫେସନ୍ ବଜାର ସିଜ୍ ସମୟରେ ସବ୍ କଲେକ୍ଟର ରାଜେନ୍ଦ୍ର ମିଞ୍ଜ, ଏବଂ ଆସିକା ତହସିଲଦାର ସଦାନନ୍ଦ ସେଠୀ , ବି.ଡି. ଓ ରୋଶନ ଶତପଥି ଆସିକା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସାହୁ,ଏଡିପିଆରଓ ଭଞ୍ଜନଗର, ଅଗ୍ନିଶମ ଅଧିକାରୀ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ କହଁର ପ୍ରମୁଖ ଉପସ୍ଥିତ ରହି କୋଲକତା ଫେସନ୍ ବଜାରରେ ତାଲା ପକାଇଛନ୍ତି। ଏନେଇ ମଲ୍ ମାଲିକ, ମ୍ୟାନେଜର, ସୁପରଭାଇଜର, ଓ ଘରମାଲିକଙ୍କ ବିରୋଧରେ କ୍ରିମିନାଲ କେସ ମଧ୍ୟ ଥାନାରେ ରୁଜୁ କରା ଯାଇଛି l




