
ବ୍ରହ୍ମପୁର,୧୭/୧୦(ଜିଲ୍ଲା ଖବର) : ଗଂଜାମ ଜିଲ୍ଲାର ଗତ 6 ମାସ ହେଲା ଜାରି ରହିଥିବା ଲକଡାଉନ ଓ ସଟଡାଉନ କିଛି ଫରକ ପଡ଼ିନାହିଁ । ଗଂଜାମ ଜିଲ୍ଲାର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୁଆ ଆଡା ଉପରେ ଚଢ଼ାଉ କରାଯାଉଛି । ଆଜି ଗଞ୍ଜାମ ଜିଲ୍ଲା ଜରଡା ପୋଲିସ ଏକ ସଫଳ ଚଢ଼ାଉ ହୋଇହାଇଛି । ସୂଚନା ପ୍ରକାରେ ଜରଡା ଥାନା ଅନ୍ତର୍ଗତ ଜୟନ୍ତୁପୁର ଓ ଘଡେଇ ଗ୍ରାମ ନିକଟ ଦୁଇ ଜୁଆ ଆଡ୍ଡାରୁ ପ୍ରାୟ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୭୭ ହଜାର ଟଙ୍କା ଜବତ ହୋଇଛି । ଘଡେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡାରୁ ୭୦ ହଜାର ଜବତ କରିବା ସହ ୨ଜଣ ଗିରଫ ହୋଇଥିବା ବେଳେ ଜୟନ୍ତୀପୁର ଜୁଆ ଆଡ୍ଡାରୁ ୭ହଜାର ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଥିବା ଜରଡା ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି। ଆଗକୁ ଦଶହରା ପର୍ବକୁ ନଜରରେ ରଖି ପୋଲିସ ପକ୍ଷରୁ କଡାକଡୀ ପେଟ୍ରୋଲିଂ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି।
ରିପୋର୍ଟ,ପ୍ରଫୁଲ୍ଲ ସାବତ ।



