Sunday, November 15, 2026
Home ଆଞ୍ଚଳିକ ଜୁଆ ଆଡ୍ଡା ଉପରେ ଚଢ଼ାଉ ୫ ଜୁଆଡି ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ାଉ ୫ ଜୁଆଡି ଗିରଫ

29

ଭଞ୍ଜନଗର,୧୭/୧୦ ( ଜିଲ୍ଲା ଖବର) : ଭଞ୍ଜନଗର ଥାନା ଅଧୀନ ସହରର ମାଲ ସାହିରେ ଶନିବାର ଅପରାହ୍ନରେ ଜୁଆ ଖେଳ ଚାଲିଥିବା ନେଇ ଭଞ୍ଜନଗର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରିଥିଲା । ଘଟଣା ସ୍ଥଳରୁ ପୋଲିସ ୫ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୨୭,୫୯୦ଟଙ୍କା,୨ଟି ମୋବାଇଲ ଫୋନ ଓ ୨ଟି ତାସ ପ୍ୟାକେଟ ଜବତ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।