
ଛତ୍ରପୁର,୧୭/୧୦(ଜ଼ିଲ୍ଲା ଖବର) : ଆଜିଠୁ ନବରାତ୍ରୀ ପୂଜା । କରୋନା କଟକଣା ଭିତରେ ବିଭିନ୍ନ ଶକ୍ତିପିଠ ଗୁଡ଼ିକରେ ଆରମ୍ଭ ହୋଇଛି ପୂଜା ପ୍ରସ୍ତୁତି । ବିଭିନ୍ନ ଅଂଚଳ ଓ ସହରର ଅଧିଷ୍ଟାତ୍ରୀ ଦେବୀ ଙ୍କ ମନ୍ଦିର ଏବଂ ଅସ୍ଥାୟୀ ମଣ୍ଡପ ରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ନବରାତ୍ରରେ ଶକ୍ତି ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ । ଅବକାଶ, ଅଭିଶେକ, ମାଜଣା, ଖେଚଡ଼ି, ରାଜଭୋଗ ଓ ପହୁଡ଼ ଆଦି ବିଭିନ୍ନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥାଏ । ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ଶୋଢଶଉପଚାର, ମହାସ୍ନାନ, ଚଣ୍ଡିପାଠ, ହୋମଯଜ୍ଞ ଭଳି ନୀତିକାନ୍ତି କରାଯାଏ । ଏହା ଛଡ଼ା ନବରାତ୍ରୀରେ ମା’ ବିଭିନ୍ନ ବେଶରେ ମଧ୍ୟ ଦର୍ଶନ ଦେଇଥାଆନ୍ତି । କିନ୍ତୁ କରୋନା ପାଇଁ ସମସ୍ତ ଶକ୍ତି ପୀଠ ଗୁଡିକ ଭକ୍ତ ଶୁନ୍ୟ ଦେଖିବାକୁ ମିଳିଛି।
ରିପୋର୍ଟ ଅଶୋକ କୁମାର ବେହେରା ।


