Monday, November 16, 2026
Home ଆଞ୍ଚଳିକ ଲକ୍ଷାଧିକ ଟଙ୍କା ଠକେଇ, ପୁଣି ଜଣେ ସାଇବର କ୍ରାଇମର ଶିକାର

ଲକ୍ଷାଧିକ ଟଙ୍କା ଠକେଇ, ପୁଣି ଜଣେ ସାଇବର କ୍ରାଇମର ଶିକାର

28

ଗଞ୍ଜାମ,୧୭/୧୦(ଜିଲ୍ଲା ଖବର) : ଦିନ କୁ ଦିନ ସାଇବର କ୍ରାଇମ ଯୋଗୁଁ ନିରୀହ ଲୋକ ମାନେ ବିଶ୍ୱାସଘାତକର ଶିକାର ହେଉଥିବା ଲକ୍ଷ କରାଯାଉଛି।ଚତୁର ବ୍ୟକ୍ତି ମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକ ଙ୍କୁ ମାୟା ଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ମାଲାମାଲ ହେଉଛନ୍ତି।
ପ୍ରାୟ ଏକ ବର୍ଷ ହେବ ଗଞ୍ଜାମ ସହର ର କରଣ ସାହିର ଜୈନେକ ମହିଳା ଙ୍କୁ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ହଡପ କରିଥିବା ବେଳେ ପୁଣି ଆଉଜଣେ ଝିଅ ସାଇବର କ୍ରାଇମର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରେଇଥିବା ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି।ଗଞ୍ଜାମ ସହର ବ୍ରାହ୍ମଣ ଢାମଣା ସାହିର ଶୁଶ୍ରୀ ମନୀଷାରାଣୀ ମହାନ୍ତି ଏକ ଲକ୍ଷ ତିରିଶ ହଜାର 5 ଶହ ଟଙ୍କା ଠକାମିର ଶିକାର ହୋଇଥିବା ପୋଲିସରେ ଅଭିଯୋଗ କରିଛନ୍ତି।
ସୂଚନା ଥାଉକି ଅନ ଲାଇନରେ ଏକ ସେକେଣ୍ଡ ହ୍ୟାଣ୍ଡ କାର ବିକ୍ରି ନେଇ ବିଜ୍ଞାପନ ବାହାରି ଥିବା ଜାଣିବାକୁ ପାଇଥିଲେ।ସେ ସେଇ କାର ଟିକୁ
କିଣିବା ପାଇଁ ସେହି ବ୍ୟକ୍ତି ସହ ଯୋଗାଯୋଗ କରିଥିଲେ।ବ୍ୟକ୍ତି ଜଣଙ୍କ ଆଧାର କାର୍ଡ,କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ଶୁରକ୍ଷା ବଳ ରେ କାର୍ଯ୍ୟରତ ଥିବା ପରିଚୟପତ୍ର,କାର ର ରେଜିଷ୍ଟେସନ ସାର୍ଟିଫିକେଟ ପଠାଇଥିଲେ। ଓଡ଼ି-05 ୟୁ 1111ନମ୍ବର ଗାଡି ନମ୍ବର ସହ ଗାଡିର ଫୋଟ ବିଭିନ୍ନ ଦିଗରୁ ପଠାଇବା ସହ ,ବାଙ୍ଗାଲୋର ରେ ଆର୍ମିରେ ସେ ଚାକିରି କରୁଥିବା ନେଇ କେଣ୍ଟିନ ସମ୍ମୁଖ ଫୋଟ ପଠାଇବା ସହ ତାର ନିଜ ଘର ଜଗତସିଂହପୁର ବୋଲି କହିଥିଲା। 8690767423,9690767423 ଏହି ଦୁଇମୋବାଇଲ ନମ୍ବର ରେ ସେ କଥା ହେଉଥିବା ବେଳେ,9672848856 ନମ୍ବର ଟିରେ କଥାବାର୍ତ୍ତା ହୋଇ ପାର୍ସାଲ ବଏ ଗାଡିଟି ନେଇ ଖଲ୍ଲିକୋଟ ରେ ପହଞ୍ଚୁ ଥିବା ନେଇ କହିଥିଲେ ।ଏବଂ60 ହଜାର ଟଙ୍କା ଆଉ ଥରେ ପଠାଇବା ପାଇଁ କହିବା ସହ କାର ପାଇବା ପରେ 60 ହଜାର ଟଙ୍କା ଫେରସ୍ତ କରିଦିଆଯିବା ବୋଲି କହିଥିଲେ। 9091677397,9090796587,9091677397 ତିନୋଟି ଫୋନ ଓ ଗୁଗଲୁ ପେରେ 5 ଟି କିସ୍ତିରେ 1ଲକ୍ଷ 30 ହଜାର 5 ଟଙ୍କା ପଠାଯାଇଥିବା ଜଣା ପଡ଼ିଛି।
60 ହଜାର ଟଙ୍କା ବ୍ୟକ୍ତି ଜଣଙ୍କ ମାଗିବା ପରେ ସନ୍ଦେହ ସୃଷ୍ଟି ହେବା ପରେ ତାଙ୍କୁ ତୁରନ୍ତ ଗାଡିଟି ପଠାଇବା ପାଇଁ କହିବା ପରେ ସେହିଦିନ ଠାରୁ ଫୋନ ନମ୍ବର ଗୁଡିକ ସୁଇଚ ଅପ ହୋଇଯାଇଥିଲା।ଯାହାକୁ ନେଇ ବାଧ୍ୟ ହୋଇ ଝିଅଟି ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ପକ୍ଷରି 122/20 କେଶ ରୁଜୁ କରି ତଦନ୍ତ କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଲିଛି। ଠକାମୀର ଶିକାର ହୋଇଥିବା ଝିଅ ଜଣଙ୍କ ଗଞ୍ଜାମର ବିଶିଷ୍ଟ କଣ୍ଟ୍ରାକ୍ଟର ଗିରିଜା ଶଙ୍କର ମହାପାତ୍ରଙ୍କ ଭନୀଜି ବୋଲି ଜଣାପଡିଛି।

ରିପୋର୍ଟ ପ୍ରଦୀପ କୁମାର ସାହୁ।