
ବାଲିଗୁଡା,୧୭/୧୦ { ଜ଼ିଲ୍ଲା ଖବର } : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବରାଳ ଦେବୀ ପୀଠରେ ଶନିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ ହୋଇଛି। ନିକଟସ୍ଥ ଖଡଗନଦୀ ଠାରେ ପୂଜାଚର୍ଚ୍ଚନା କରିବା ପରେ ମୁଣ୍ଡରେ କଳସୀ ଧରି ବରାଳଦେବୀ ପୀଠ ଅଭିମୁଖେ ଜଳଯାତ୍ରା କର୍ମକର୍ତା ଓ ଲୋକଙ୍କ ଦ୍ୱାରା ହୋଇଥିଲା | ଏଥି ମଧ୍ୟରେ ନବରାତ୍ରୀ ପୂଜା ନିମନ୍ତେ ସମସ୍ତ ଦେବା ଦେବୀଙ୍କୁ ମଧ୍ୟ ନିମନ୍ତ୍ରଣ ପାଇଁ ସମସ୍ତ ମନ୍ଦିରକୁ ଯାଇ ରୀତିନୀତି ପ୍ରକାରେ ବରଳା ଦେବୀ ମନ୍ଦିର ପ୍ରାଙ୍ଗଣରେ ପହଁଚିଥିଲେ। ନଦୀରୁ ଆଣିଥିବା କଳସୀରେ ଜଳକୁ ପୂଜାଚର୍ଚ୍ଚନା କରି ସ୍ଥାପନ କରାଯାଇଛି। ଏହି ନବରାତ୍ରୀ ପୂଜାରେ କର୍ତ୍ତା ଭାବେ ସ୍ୱପ୍ନେଶ୍ୱର ସାହୁ ଓ ତାଙ୍କ ପତ୍ନୀ ସଂଯୁକ୍ତା ସାହୁ ସମସ୍ତ କାର୍ଯ୍ୟ ସମ୍ପାଦନ ଆରମ୍ଭ କରିଛନ୍ତି। ଉକ୍ତ ନବରାତ୍ରୀ ପୂଜା କୋଭିଡ ର ନୀତି ନିୟମକୁ ଆଖି ଆଗରେ ରଖୀ ଆରମ୍ଭ ହୋଇଛି। ନବରାତ୍ରୀ ପାଳନ କରାଯାଉଥିବା ସ୍ଥାନରେ ଯେତେ ଜଣ ଉପସ୍ଥିତ ରହିଛନ୍ତି ସେମାନେ ମୁହଁରେ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ମାନି ଚଳିବାକୁ କୁହାଯାଇଛି | ନବରାତ୍ରୀ କାର୍ଯ୍ୟରେ ପଦ୍ମ ଚରଣ ପାଣୀଗ୍ରାହୀ, ଅସିତ କୁମାର ବେହେରା ରଂଜିତ ସାହୁ, ସୁରେନ୍ଦ୍ର ପାତ୍ର ଓ ଅନ୍ୟ ମାନେ ନବରାତ୍ରୀ କାର୍ଯ୍ୟରେ ଲିପ୍ତ ଅଛନ୍ତି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।


