Monday, November 16, 2026
Home ଆଞ୍ଚଳିକ ଗୁରୁତର ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କଲେ ସ୍ୱେଚ୍ଛାସେବୀ

ଗୁରୁତର ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କଲେ ସ୍ୱେଚ୍ଛାସେବୀ

12

ଗଞ୍ଜାମ,୧୭/୧୦ (ଜିଲ୍ଲା ଖବର): ଗଞ୍ଜାମ ସହରସ୍ଥିତ ଜତୀୟରାଜପଥ-୧୬ ଜୟଶ୍ରୀ ଛକଠାରେ ଏକ ଦୁର୍ଘଟଣାରେ ବାଇକ ଆରୋହି ଗୁରୁତର ଆହତ ପଡିରହିଥିବା ବେଳେ, ସ୍ୱେଚ୍ଛାସେବୀ ମାନେଦେଖି ମେଡ଼ିକାଲରେ ଭର୍ତ୍ତି କରିଥିଲେ ।
ଆଜି ଭୁବନେଶ୍ୱରର ଡୁମଡୁମା ବାସିନ୍ଦା ବିଷ୍ଣୁ ପ୍ରସାଦ ନନ୍ଦ ନିଜ ବାଇକ( ORO2AO1870) ରେ ସ୍ତ୍ରୀ ଓ ତିନିବର୍ଷ ଛୁଆ କୁ ଧରି ବ୍ରହ୍ମପୁର ସ୍ତୁତି ଶଶୁର ଘରକୁ ଯାଉଥିବା ବେଳେ ଗଞ୍ଜାମ ସହର ଜୟଶ୍ରୀ ଛକ ଠାରେ ଏକଟ୍ରକ (RJO9GB7442) ପିଟିଦେଇଥିଲେ ।
ଫଳରେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ ।
ଏହା ଦେଖି ସେଠାରେ ଥିବା ସ୍ୱେଚ୍ଛାସେବୀ ସରୋଜ ନାୟକ, ତପୁ ନାୟକ ଦେଖି ସଙ୍ଗେ ସଙ୍ଗେ ଗଞ୍ଜାମ ମେଡିକାଲକୁ ଆଣିଥିଲେ । ଖବର ପାଇ ସ୍ୱେଚ୍ଛାସେବୀ ଦୁର୍ଗାମାଧବ ପାଣିଗ୍ରାହି ପହଞ୍ଚି ୧୦୮ ଆମ୍ବୁଲାନ୍ସ ଡାକି ସ୍ୱେଚ୍ଛାସେବୀ ନିରଞ୍ଜନ ପରିଡା ସହ ଆହତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକଲରେ ଭର୍ତ୍ତି କରିଥିଲେ ।
ଏଥିରେ ସ୍ୱେଚ୍ଛାସେବୀ ସୁଧୀର ପାଢ଼ୀ, ମନୋଜ ପ୍ରଧାନ, ପପୁ ପଣ୍ଡା ସହଯୋଗ କରିଥିଲେ ।
ଖବର ପାଇ ଗଞ୍ଜାମ ଥାନାର ଏସ୍.ଆଇ. ଚନ୍ଦନ ବେହେରା ପହଞ୍ଚି ତଦନ୍ତ କରିଥିଲେ ।

ରିପୋର୍ଟ ପ୍ରଦୀପ କୁମାର ସାହୁ।