
ଛତ୍ରପୁର ,୧୭/୧୦(ଜ଼ିଲ୍ଲା ଖବର) : ଋଷିକୁଲ୍ୟାର ପ୍ରଖର ବନ୍ୟାଜଳ ସ୍ରୋତରେ ଭାସି ଯାଉଥିବା ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗ୍ରାମର ବାବୁଲି ବେହେରାଙ୍କୁ ୬ କିଲୋମିଟର ପହଁରି ଜୀବିତାବସ୍ଥାରେ ଉଦ୍ଧାର କରି ଛତ୍ରପୁର ଫାୟାର ବିଭାଗର ଦୁଇ କର୍ମଚାରୀ ତପନ କୁମାର ବେହେରା ଓ କାହ୍ନୁ ଶ୍ରୀଚନ୍ଦନ ପରିଡା ସାହାସିକତାର ପରିଚୟ ଦେଇଛନ୍ତି ।ଉଭୟଙ୍କ ଏହି ଦୁଃସାହସିକ କାର୍ୟ୍ୟ ପାଇଁ ଶନିବାର
ଫାୟାର ବିଭାଗର ଡିଜି ସତ୍ୟଜିତ୍ ମହାନ୍ତି ଉଭୟ କର୍ମଚାରୀଙ୍କୁ ଚିଫ ଫାୟାର ଅଫିସର ସୁକାନ୍ତ ସେଠି ଙ୍କ ଉପସ୍ଥିତ ରେ ସମ୍ବର୍ଦ୍ଧନା କରିବା ସହ କୃତଜ୍ଞତା ଜଣାଇଥିଲେ । ତାଙ୍କରି ଏଭଳି କାର୍ୟ୍ୟ କୁ ସେ ପ୍ରଶଂସା କରିବା ସହ ସାଟିଫିକେଟ ମଧ୍ୟ ପ୍ରଦାନ କରିଛନ୍ତି । ପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ଛତ୍ରପୁର ଠାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ଓ ବିଡିଓ ଅମ୍ବିକା ପ୍ରସାଦ ଦାଶ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତରେ ଏହି ଦୁଇ କର୍ମଚାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିବା ସହ ଉଚ୍ଚକୋଟିର ପ୍ରଶଂସା କରାଯାଇଥିଲା ।ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ଉଭୟଙ୍କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।
ରିପୋର୍ଟ କିଶୋର ଚନ୍ଦ୍ର ମହାନ୍ତି. ।


