Friday, November 13, 2026
Home ଆଞ୍ଚଳିକ ବାଲିଗୁଡା NAC ରେ ଭୂମିହୀନ ଙ୍କୁ ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ

ବାଲିଗୁଡା NAC ରେ ଭୂମିହୀନ ଙ୍କୁ ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ

100

ବାଲିଗୁଡ଼ା,୧୭/୧୦(ଜିଲ୍ଲା ଖବର) : ସହରାଞ୍ଚଳ ରେ ବସବାସ କରୁଥିବା ବସ୍ତି ବାସିନ୍ଦା ଓ ଭୂମିହୀନ କୁ ଜାଗା ଯୋଗାଇ ଦେବାକୁ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ଣ୍ଣୟ କରିଛି | ମିଶନ ଜରିଆରେ ଭୂମି ହୀନ 1074 ଜଣ ବସ୍ତି ବାସିନ୍ଦାଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ସହାୟତା ରେ ବାଲିଗୁଡା ଠାରେ ଭୂମି ହୀନ ବସ୍ତି ବାସି ଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ଯୋଗାଇ ଦିଆଯାଇଛି | ଏହି କାର୍ଯ୍ୟକ୍ରମ ଗୁଳିମରା ପଦା ର ଅଙ୍ଗନବାଡି କେନ୍ଦ୍ର ଠାରୁ ଆରମ୍ଭ ହୋଇଛି | ବାଲିଗୁଡା NAC ଅଧ୍ୟକ୍ଷ ଲୋକନାଥ ପାଢ଼ୀ ୱାର୍ଡ ୱାର୍ଡ ବୁଲି ଭୂମି ହୀନମାନଙ୍କୁ ଯୋଗ୍ୟତା ଅନୁସାରେ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି | ଏହି ବଣ୍ଟନ କାର୍ଯ୍ୟକ୍ରମରେ କାଉନସିଲର ନାରାୟଣ ଡାକୁଆ, ଶିରୀଶ ପ୍ରଧାନ ଓ ଅନ୍ୟମାନେ ଏଥିରେ ସାମିଲ ହୋଇଥିଲେ |

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ।